ତିରୁପତି ଲଡୁରେ ପଶୁ ଚର୍ବି ନଥିଲା- ଫାଇନାଲ ଚାର୍ଜସିଟରେ ସ୍ପଷ୍ଟ କଲା ଏସଆଇଟି

ତିରୁପତି ଲଡ଼ୁରେ କୌଣସି ପଶୁ ଚର୍ବି ବ୍ୟବହାର ହୋଇନି। ତିରୁପତି ଲଡୁ ମାମଲାରେ ଏସଆଇଟି ନିଜର ଚୂଡ଼ାନ୍ତ ଚାର୍ଜସିଟରେ ଏ କଥାକୁ ଦର୍ଶାଇଛି। ୧୫ ମାସର ତଦନ୍ତ ପରେ ଆନ୍ଧ୍ରପ୍ରଦେଶର ନେଲ୍ଲୋରରେ ଆଣ୍ଟି କରପସନ ବ୍ୟୁରୋ କୋର୍ଟରେ ନିଜର ଚାର୍ଜସିଟ୍ ଦାଖଲ କରିଛି। ଲଡୁରେ ଗୋମାଂସର ଚର୍ବି ନାହିଁ। ନକଲି ଘିଅ ତିଆରି ପାଇଁ ସିନ୍ଥେଟିକ୍ କେମିକାଲ୍ସର ବ୍ୟବହାର ହୋଇଥିଲା। ଏସଆଇଟି ନିଜର ଫାଇନାଲ ଚାର୍ଜସିଟରେ ୩୬ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛି। ଏଥିରେ ଉତ୍ତରାଖଣ୍ଡର ଭୋଲେ ବାବା ଅର୍ଗାନିକ ଡାଏରୀର ନିର୍ଦେଶକ ପୋମିଲ ଜୈନ ଓ ବିପିନ ଜୈନ ସାମିଲ୍ ଅଛନ୍ତି। ଏସଆଇଟି ଏହି ମାମଲାରେ ଏହି ଦୁହିଁଙ୍କୁ ମୁଖ୍ୟ ମାଷ୍ଟରମାଇଣ୍ଡ କହିଛି। ଏସଆଇଟିର ଏହି ସ୍ପଷ୍ଟତା ପରେ ସରକାରଙ୍କୁ ଘେରିଛି ୱାଇଏସଆରସିପି। ଓ୍ୱାଇଏସଆରସିପି ସତ୍ତାଧାରୀ ଟିଡିପି ଉପରେ ଆରୋପ ଲଦିଛି ଯେ, ସରକାର ଲୋକଙ୍କୁ ମିଛ ବିଶ୍ୱାସ ଦେଇଥିଲେ ଯେ, ସେମାନେ ପଶୁ ଚର୍ବିରେ ତିଆରି ଲଡୁ ଖାଉଥିଲେ। ଓ୍ୱାଇଏସଆରସିପିର ରାଜ୍ୟସଭା ସାଂସଦ ଓ୍ୱାଇ ବି ସୁବ୍ବା ରେଡ୍ଡୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଲୋକଙ୍କ ଧାର୍ମିକ ଭାବନା ସହ ଖେଳିଛନ୍ତି। କାରଣ ଏସଆଇଟି ସ୍ପଷ୍ଟ କରିଛି ଯେ, ଲଡୁରେ ଯେଉଁ ଘିଅ ବ୍ୟବହୃତ ହୋଇଥିଲା। ସେଥିରେ ପାମ୍ ତେଲ, ପାମ୍ କର୍ଣ୍ଣେଲ ତେଲ ଓ କେମିକାଲ ଏଡିଟିଭ୍ସର ବ୍ୟବହାର କରାଯାଇଥିଲା। ଚାର୍ଜସିଟରେ କୌଣସି ପଶୁଙ୍କ ଚର୍ବି ବ୍ୟବହାର ହୋଇନି। ଅକ୍ଟୋବରରେ ସୁପ୍ରିମକୋର୍ଟ ଦେଇଥିଲେ ସିବିଆଇର ଏସଆଇଟି ତଦନ୍ତ ନିର୍ଦେଶ। ଏନ.ଚନ୍ଦ୍ରବାବୁ ନାଇଡ଼ୁ ସେପ୍ଟେମ୍ୱର ୨୦୨୪ରେ ଆରୋପ ଲଦିଥିଲେ ଯେ, ଜଗନମୋହନ ରେଡ୍ଡୀ ୨୦୧୯ରୁ ୨୦୨୪ ଶାସନ କାଳ ଭିତରେ ତିରୁପତି ଲଡୁ ତିଆରିରେ ପଶୁଙ୍କ ଚର୍ବି ମିଶିଛି। ଆଉ ଏହି ଆରୋପ ପରେ ଆନ୍ଧ୍ରରେ ରାଜନୀତିର ଝଡ଼ ସୃଷ୍ଟି ହୋଇଥିଲା।  ଟିଡିପି କହିଛି, ଏସଆଇଟି ରିପୋର୍ଟରେ ସ୍ପଷ୍ଟ ଅଛି କି, ୨୦୧୯ରୁ ୨୦୨୪ ଭିତରେ ବ୍ୟବହତ ଘିଅ ସୁଦ୍ଧ ନଥିଲା। ଘିଅ ତିଆରିରେ ବୁନ୍ଦେ ବି କ୍ଷୀର ବ୍ୟବହାର ହୋଇନି। ଏହାରି ଭିତରେ ପ୍ରାୟ ୧.୬୧ କୋଟି କିଲୋ ଘିଅ କିଣାଯାଇଥିଲା। ଯେଉଁଥିରେ ୬୦ଲକ୍ଷ କିଲୋ ଘିଅ ଅପମିଶ୍ରିତ ଥିଲା। ଏହାର ଅର୍ଥ ୨୦ କୋଟି ଲଡୁ ଅପମିଶ୍ରିତ ଥିଲା। ସେଥିଲାଗି କିଏ ହିନ୍ଦୁଙ୍କ ଧାର୍ମିକ ଭାବନା ସହ ଖେଳୁଥିଲା, ସ୍ପଷ୍ଟ। ତିରୁମାଳାକୁ ଏକ ବିଜନେସ ବେଞ୍ଚର ତିଆରି ଲାଗି ପ୍ରୟାସ କରୁଥିଲେ ତତ୍କାଳୀନ ସରକାର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *