ଟଏଲଟ ପାଇଁ ବାଟରେ ଓହ୍ଲାଇଥିଲେ। ହେଲେ ଆଉ ଫେରିଲେନି। ଚାପିଦେଲା କଣ୍ଟେନର। ଯମୁନା ଏକ୍ସପ୍ରେସ ଉପରେ ଟାଙ୍କର ବେକାବୁ ହୋଇ ମାଡ଼ିଗଲା ୧୫ ଲୋକଙ୍କ ଉପରେ। ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ମଥୁରା ଯମୁନା ଏକ୍ସପ୍ରେସ ୱେରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକଙ୍କ ଭିତରେ ଗୋଟିଏ ପରିବାରର ୪ଜଣ ଅଛନ୍ତି। ମାଇଲ୍ଷ୍ଟୋନ ୮୮ ପାଖରେ ଏହି ଦୁର୍ଘଟଣାରେ ଆଉ ଜଣେ ସଙ୍କଟାପନ୍ନ ଅବସ୍ଥାରେ ମରଣ ସହ ଜୁଝୁଛନ୍ତି। ଦିଲ୍ଲୀରୁ କାନପୁର ଯାଉଥିଲା ବସ୍। ଏକ୍ସପ୍ରେସ ଓ୍ୱେରେ କିଛି ସମୟ ପାଇଁ ବସ୍ ଅଟକିଥିଲା। ସଡ଼କ କଡ଼ରେ ଲୋକେ ଛିଡ଼ା ହୋଇଥିବା ବେଳେ ପଛପଟୁ ଆସୁଥିବା ଦ୍ରୁତ ଗତିରେ ଏକ କଣ୍ଟେନର ଏମାନଙ୍କ ଉପରେ ମାଡ଼ିଯାଇଥିଲା। ପୁଲିସ ଦୁର୍ଘଟଣା ଘଟାଇଥିବା କଣ୍ଟେନରକୁ ଜବତ କରିଛି। ଡ୍ରାଇଭର ଫେରାର୍ ହୋଇଯାଇଛି। ଶବ ବ୍ୟବଛେଦ ପାଇଁ ପଠାଯାଇଛି। ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାକୁ ପ୍ରଶାସନ କହିଛି। ଗୁରୁତରଙ୍କୁ ଉନ୍ନତମାନର ଚିକିତ୍ସା ଦେବାକୁ ବ୍ୟବସ୍ଥା କରାଯାଇଛି। ବିଳମ୍ୱିତ ରାତି ୨ଟା ୪୫ରେ ଏ ଦୁର୍ଘଟଣା ଘଟିଥିଲା। କାନପୁର ଯାଉଥିବା ସ୍ଲିପର ବସ୍ ଯମୁନା ଏକ୍ସପ୍ରେସ ଓ୍ୱେ ରେ ଅଟକିଥିଲା ବେଳେ ଏଭଳି ଅଘଟଣ ଘଟିଛି। ଏକ୍ସପ୍ରେସ ଓ୍ୱେରେ ନିର୍ଦ୍ଧାରିତ ଗ୍ରୀନ୍ ଜୋନ ରେ ହିଁ ଗାଡ଼ିକୁ ରୋକିବାକୁ ନିର୍ଦେଶ ଥାଏ। ଏହାକୁ ଅନୁପାଳନ କରିବା ନହେତୁ ଏମିତି ଗମ୍ଭୀର ପରିଣାମ ହେଲା ବୋଲି କୁହାଯାଏ। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାର ତତ୍କାଳ ସଂଜ୍ଞାନ ନେଇଛନ୍ତି। ଗଲା ମାସକ ଭିତରେ ଯମୁନା ଏକ୍ସପ୍ରେସ ଓ୍ୱେରେ ଏହା ଦ୍ୱିତୀୟ ବଡ଼ ସଡ଼କ ଦୁର୍ଘଟଣା। ଜାନୁଆରୀ ୨୨ରେ ମାଇଲଷ୍ଟୋନ ୧୧୦ ପାଖରେ ଏକ ଡବଲ ଡେକର ବସରେ ନିଆଁ ଲାଗିଯାଇଥିଲା। ବସ୍ ବାନ୍ଦାରୁ ଦିଲ୍ଲୀ ଯାଉଥିଲା। ପଛ ଟାୟାରର ବ୍ରେକ୍ ଜାମ୍ ହୋଇଯିବାରୁ ସେଥିରେ ନିଆଁ ଲାଗିଯାଇଥିଲା। ସୌଭାଗ୍ୟବଶତଃ କୌଣସି ବ୍ୟକ୍ତି ଆହତ ହୋଇନଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now