ନୂଆଦିଲ୍ଲୀ: ବିଲକିସ ବାନୁ ଗଣ ଦୁଷ୍କର୍ମ ମାମଲା ଏବେ ସୁପ୍ରିମ କୋର୍ଟରେ ପହଞ୍ଚିଛି। ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ଓକିଲ କପିଲ ସିବଲ ତଥା ଓକିଲ ଅପର୍ଣ୍ଣା ଭେଟ ସର୍ବୋଚ୍ଚ କୋର୍ଟରେ ମାମଲା ଯାଚିକା ଦାଖଲ କରିବା ସହ ଏହାର ତୁରନ୍ତ ଶୁଣାଣି କରିବାକୁ ଅପିଲ କରିବା ପରେ କୋର୍ଟ ଅପିଲକୁ ଗୁରୁତ୍ବ ଦେଇ ଶୁଣାଣି କରିବାକୁ ପ୍ରସ୍ତୁତ ହୋଇଛନ୍ତି।
ଗୁଜୁରାଟର ବହୁ ଚର୍ଚ୍ଚିତ ବିଲକିସ ବାନୁ ଗଣଦୁଷ୍କର୍ମର ସମସ୍ତ ଦୋଷୀଙ୍କୁ ଗୁଜୁରାଟ ସରକାର ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ମୁକ୍ତ କରିଦେବା ପରେ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି। ତେଣୁ ମାମଲାକୁ ନେଇ ସୁପ୍ରିମ କୋର୍ଟଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି କପିଲ ସିବଲ ଓ ଅପର୍ଣ୍ଣା ଭେଟ। ଏହାର ଶୁଣାଣି ପାଇଁ ସୁପ୍ରିମ କୋର୍ଟ ରାଜି ହୋଇଛନ୍ତି। ସର୍ବୋଚ୍ଚ କୋଟଙ୍କ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ମାମଲାର ତ୍ବରିତ ଶୁଣାଣି ପାଇଁ ଅପିଲ ହେବା ପରେ ଖଣ୍ଡପୀଠ ଏହାର ଶୁଣାଣି କରିବାକୁ ପ୍ରସ୍ତୁତ ହୋଇଛନ୍ତି।
ଖଣ୍ଡପୀଠଙ୍କ ନିକଟରେ ସିବଲ କହିଥିଲେ କି, ୧୪ ଜଣଙ୍କୁ ହତ୍ୟା କରାଗଲା, ଜଣେ ଗର୍ଭବତୀଙ୍କୁ ଗଣଦୁଷ୍କର୍ମ କରାଗଲା। କିନ୍ତୁ ଏପରି ଜଘନ୍ୟ କାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ଗୁଜୁରାଟ ସରକାର ମୁକ୍ତ କରି ଦେଲେ, ଯାହାକୁ ନେଇ ଆମେ ଚ୍ୟାଲେଞ୍ଜ କରୁଛୁ। ସେହିପରି ଭେଟ ବେଞ୍ଚଙ୍କ ସମ୍ମୁଖରେ ମାମଲାର ଶୁଣାଣି ବୁଧବାର କରିବାକୁ ଅପିଲ କରିଥିଲେ, ଯାହାକୁ ବେଞ୍ଚ ଗ୍ରହଣ କରିଛନ୍ତି।
୨୦୦୨ ଫେବୃଆରୀ ୨୭ ତାରିଖରେ ଗୋଧ୍ରା ଟ୍ରେନ ପୋଡି ଘଟଣାରେ ୫୯ ଜଣ ସଂଘ କର୍ମକର୍ତ୍ତାଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସେତେବେଳେ ଜଳିଥିଲା ଗୁଜୁରାଟ। ମୁସଲମାନଙ୍କ ଉପରେ ନିଆଯାଇଥିଲା ପ୍ରତିଶୋଧ। ଘଟଣାରେ ବିଲକିସ ଓ ତାଙ୍କ ପରିବାର ଲୋକେ ଭୟରେ ଏକ ବିଲରେ ଲୁଚି ରହିଥିଲେ। ବିଲକିସ ସେତେବେଳେ ୫ ମାସର ଗର୍ଭବତୀ ଥିବା ବେଳେ ତାଙ୍କର ୭ ବର୍ଷର ଝିଅ ମଧ୍ୟ ଅନ୍ୟ ପରିବାର ବର୍ଗଙ୍କ ସହ ଥିଲା। କିନ୍ତୁ ଦୁର୍ଭାଗ୍ୟ, ମାର୍ଚ୍ଚ ୩ ତାରିଖରେ ହିଂସାକାରୀଙ୍କ ନଜରରେ ପଡିଯାଇଥିଲା ଏହି ପରିବାର। ସେମାନେ ବିଲକିସଙ୍କ ସହ ଗଣଦୁଷ୍କର୍ମ କରିବା ସହ ପରିବାରର ଅନ୍ୟ ୬ ଜଣଙ୍କୁ। ମୃତକଙ୍କ ମଧ୍ୟରେ ବିଲକିସଙ୍କ ଝିଅ ମଧ୍ୟ ଥିଲା।
ପରେ ଏହାକୁ ନେଇ ବିଲକିସ ଅଭିଯୋଗ କରିଥିବା ବେଳେ ୨୦୦୮ରେ ମୁମ୍ବାଇର ବିଶେଷ ସିବିଆଇ କୋର୍ଟ ୧୧ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପରେ ବମ୍ବେ ହାଇକୋର୍ଟ ଓ ସୁପ୍ରିମ କୋର୍ଟ ମଧ୍ୟ ତଳ କୋର୍ଟଙ୍କ ରାୟକୁ ବଳବତ୍ତର ରଖିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now