କାଶୀପୁର ବ୍ଲକରେ ପୁଣି ହଇଜା ଆତଙ୍କ

ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ପୁଣି ହଇଜା ଆତଙ୍କ। କାଶୀପୁର ହଇଜା ପ୍ରବଣ ଅଂଚଳରେ  ପୁଣି ୫ ଜଣଙ୍କ ମୁଣ୍ଡ ନେଲାଣି ହଇଜା। ସପ୍ତାହକ ମଧ୍ୟରେ ଝାଡାବାନ୍ତିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗତ କାଲି ସେହି ପଞ୍ଚାୟତର ଛୋଟିଗୁଡାରେ ଜଣକର ମୃତ୍ୟୁ ଘଟିଥିବା ନଜରକୁ ଆସିଛି।

ରାୟଗଡା କାଶିପୁର ବ୍ଲକ ଅଡାଜୋର ପଞ୍ଚାୟତର ପରଲା ଜୋର ଗ୍ରାମରେ ସପ୍ତାହକ ମଧ୍ୟରେ ଝାଡାବାନ୍ତିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗତ କାଲି ସେହି ପଞ୍ଚାୟତର ଛୋଟିଗୁଡା ଗାଁର କାଡୁ ମାଝିଙ୍କ ମୃତ୍ୟୁ ଘଟିଥିବା ଗ୍ରାମବାସୀ  ଅଭିଯୋଗ କରିଛନ୍ତି ।  ଅନ୍ୟପଟେ ଏହାକୁ ଅସ୍ବୀକାର କରୁଛି କାଶୀପୁର ବ୍ଲକ ଅଡାଜୋର ପଞ୍ଚାୟତ ପରଲାଜୋର ଗାଁରେ ଦିନକୁ ଦିନ ଝାଡା ବାନ୍ତିରେ ସ୍ଥିତି ଆଣୟତ ହେବାରେ ଲାଗିଛି । ଗତ କାଲି ଆକ୍ରନ୍ତ ସଂଖ୍ୟା ୬ ରହିଥିବା ବେଳେ ଆଜି ପୁଣି ୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲୋକେ ଶୁଦ୍ଧ ପାନୀୟଜଳ ନପାଇ ବାଧ୍ୟ ହୋଇ ନଦୀ ନାଳ ଓ ଝରଣା ର ଦୂଷିତ ପାଣି ବ୍ୟବହାର କରୁଛନ୍ତି । ଦିନକୁ ଦିନ କାଶୀପୁର ବ୍ଳକର ସ୍ଥିତି ସଙ୍ଗୀନ ହେବା ସହ ଲୋକେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଏକ ଟିମ କାଶିପୁର ଝାଡା ବାନ୍ତି ବ୍ୟାପିଥିବା ଅଞ୍ଚଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ସୂଚନା ମିଳିଛି।

କାଶିପୁର ହଇଜା ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଥିରେ ରୋକ ଲଗାଇବାରେ ଫେଲ ମାରୁଛି ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ। ପରଲାଜୋର ଗ୍ରାମରେ ସପ୍ତାହେ ଭିତରେ ଚାରିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିରୁ ଦୁଇଟି ପରିବାରର ଚାରି ଜଣଙ୍କ ଝାଡା ବାନ୍ତିରେ ମୃତ୍ୟୁ ହୋଇଛି । ଗତ କାଲି ଛୋଟୀଗୁଡା ଗାଁର କାଡୁ ମାଝିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ତେବେ ପରିବାର ପକ୍ଷରୁ ଏମାନଙ୍କ ମୃତ୍ୟୁ ହଇଜା ଜନିତ କୁହାଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ଅସ୍ୱୀକାର କରାଯାଇଛି । ସରକାରୀ ରିପୋର୍ଟ ଅନୁଯାୟୀ, ଗତ ଦୁଇ ମାସ ମଧ୍ୟରେ କାଶିପୁର ବ୍ଲକରେ ୧୦ ଜଣଙ୍କର ହଇଜା ଯୋଗୁଁ ମୃତ୍ୟୁ ହୋଇଛି । ଅନ୍ୟପଟେ ଲୋକଙ୍କ ଆଵଶ୍ୟକତା କୁ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି, ହଇଜା ଜନିତ ମୃତ୍ୟୁ ତାହା ଅସ୍ବୀକାର କରିବା ସହ ଅଭିଯୋଗ କୁ ପୁଣି ଥରେ ଅନୁଧ୍ୟାନ କରାଯିବ ବୋଲି ରାୟଗଡା ସିଡିଏମଓ  ସୂଚନା ଦେଇଛନ୍ତି। 

କାଶିପୁର ବ୍ଲକରେ ଏବେ ଅଣାୟତ ହଇଜା, ଗାଁକୁ ଗାଁ ହଇଜା ବ୍ୟାପିବା ସହ ମୁଣ୍ଡ ଗିଳି ଚାଲିଛି, ବେଳ ଥାଉ ଥାଉ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ସଜାଗ ନ ହୁଏ ତାହା ହେଲେ ଆଗାମୀ ଦିନରେ ଉଗ୍ରରୂପ ନେବ ହଇଜା ।

ଜି.ଶ୍ରୀନିବାସ କୁମାରଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *