DIARRHEA

  • ପୁରୀରେ ଝାଡାବାନ୍ତି

    ପୁରୀ: ପୁରୀ ପୌରପାଳିକାରେ ଝାଡାବାନ୍ତି ଆତଙ୍କକୁ ନେଇ ଏବେ ଦେଖାଦେଇଛି ଭୟାବହ ପରିସ୍ଥିତି। ଝାଡାବାନ୍ତି ଆକ୍ରାନ୍ତରେ ଦୁଇଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ତେବେ ଝାଡାବାନ୍ତିକୁ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ଓ ଝାଡାବାନ୍ତିରେ ଆକ୍ରାନ୍ତ ବାସେଳୀସାହି ବାସିନ୍ଦାଙ୍କ ମତରେ ରହୁଛି ଭିନ୍ନତା। ଯାହାକୁ ନେଇ ଏକ ଦ୍ୱନ୍ଦାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାପାଳ କହିଛନ୍ତି ପାନୀୟ ଜଳରେ କୌଣସି ସମସ୍ୟା ନାହିଁ। ପାନୀୟ ଜଳ ପରୀକ୍ଷାରୁ ରିପୋର୍ଟ ନେଗେଟିଭ୍ ଆସିଛି। ସେପଟେ ଲୋକଙ୍କ ଅଭିଯୋଗ ହେଉଛି ପରିକ୍ରମା ମାର୍ଗ ପ୍ରକଳ୍ପ କାମ ଯୋଗୁଁ ପାଇପ୍ ଫାଟି ନଳା ପାଣି ମିଶିବାରୁ ଏଭଳି ପରସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପଟେ ବାସେଳୀସାହିରେ ଏକ ସ୍ୱାସ୍ଥ୍ୟ ଶିବିର କରାଯାଇ ଲୋକଙ୍କୁ ପର୍ଯ୍ୟାପ୍ତ ପରିମାଣର ଔଷଧ ଦିଆଯିବା ସହ ପ୍ରଶାସନ ତରଫରୁ ଟାଙ୍କିରେ ବ୍ଲିଚିଂ ପକାଯାଉଛି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଘରେଘରେ ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନା ମଧ୍ୟ କିଛିକିଛି ସ୍ଥାନରେ ଅଚଳ ହୋଇଥିବା ଅଭିଯୋଗ ।

    ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଚାଲିଥିବାବେଳେ ସେହି ଆଖପାଖ ଅଂଚଳରେ ପାଣି ପାଇପ ଫାଟି ଦୂଷିତ ହୋଇଛି ପାନୀୟ ଜଳ। ଆଉ ସେହି ପ୍ରଦୂଷିତ ପାଣି ପିଇ ବାସେଳି ସାହିର ଲୋକମାନେ ଝାଡାବାନ୍ତିର ଶିକାର ହୋଇଛନ୍ତି ଓ ଦୁଇଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ବାସେଳି ସାହିର ପାଣିକାତ ଗଳି, ପଣାପ୍ରିୟା ଲେନ୍, ଗୋଛିକାର ସାହି ଓ ମୁଦୁଲି ଗଳିର ଲୋକମାନେ ଘରେଘରେ ଝାଡାବାନ୍ତିରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାପାଳ ବାସେଳିସାହି ଯାଇ ଲୋକ ମାନଙ୍କ ସହ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି ଏବଂ ଜନସ୍ବାସ୍ଥ୍ୟ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗକୁ ତୁରନ୍ତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ପାଣିର ରିପୋର୍ଟ ନେଗେଟିଭ୍ ଆସିଥିବା କହିଛନ୍ତି ଜିଲ୍ଲାପାଳ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆକ୍ରାନ୍ତଙ୍କ ପରିବାର ଲୋକେ। ଦୂଷିତ ପାଣି ଯୋଗୁଁ ଏପରି ହେଉଥିବା କହିଛନ୍ତି ଆକ୍ରାନ୍ତ।

    ସେପଟେ ପୁରୀ ପୌର ପାଳିକାରେ ନିର୍ବାଚିତ କାଉନସିଲ ନଥିବାରୁ ପ୍ରତିନିଧି ଶୂନ୍ୟ ହୋଇପଡ଼ିଛି ପୌର ପାଳିକା। ଜନସାଧାରଣଙ୍କ ଅତି ସାଧାରଣ ଓ ସାମାନ୍ୟ ଅଭିଯୋଗଟିଏ ମଧ୍ୟ ସମାଧାନ ହୋଇପାରୁନାହିଁ।‌ ଫଳରେ ସହରରେ ଥିବା ବିଭିନ୍ନ ଗଳିକନ୍ଦିର ରାସ୍ତାଘାଟ, ଡ୍ରେନେଜ ଓ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଛି। ଜନସାଧାରଣଙ୍କ ଅଭିଯୋଗ ଶୁଣିବା ପାଇଁ ନା ଅଛନ୍ତି କାଉନସିଲର ନା ଅଛନ୍ତି ପୌରାଧ୍ୟକ୍ଷ। ସେପଟେ ପୌର ପାଳିକା ଦାୟିତ୍ଵରେ ନିର୍ବାହୀ ଅଧିକାରୀ ମଧ୍ୟ ଲୋକଙ୍କ ସମସ୍ୟା ଶୁଣିବା ଓ ଏହାର ସମାଧାନ ଦିଗରେ ଆଦୌ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ପ୍ରଶାସନ ପକ୍ଷରୁ  ପୌରସଂସ୍ଥା, ଜନ ସ୍ଵାସ୍ଥ୍ୟ ଓ ଆଶାକର୍ମୀ,ସ୍ବଚ୍ଛ ସାଥୀକୁ ନେଇ ଏକ ଟିମ ଗଠନ କରାଯାଇଛି।ସମ୍ପୁକ୍ତ ଅଂଚଳରୁ ପିଇବା ପାଣିର ନମୁନା ସଂଗ୍ରହ ଓ ସାହି ଗୁଡିକରେ ବ୍ଲଚିଂ ପାଉଡର ସହ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରି ଆବଶ୍ୟକ ଔଷଧ ଦିଆଯାଇଛି। ତେବେ ପୁରୀରେ ଏଭଳି ସମସ୍ୟା ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସହରବାସୀ ପ୍ରଶାସନ ଉପରେ ବର୍ଷିଛନ୍ତି ଓ ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।

     ପରିକ୍ରମା ପ୍ରକଳ୍ପ କାମକୁ ପ୍ରାରମ୍ଭିକ ଅବସ୍ଥାରେ ସବୁ ମହଲରୁ ସ୍ୱାଗତ କରାଯାଇଥିବା ବେଳେ ଲୋକଙ୍କ ମୌଳିକ ଆବଶ୍ୟକତା ପିଇବା ପାଣିର ସମସ୍ୟା ଯଦି ଖୁବଶୀଘ୍ର ଦୂର ନହୁଏ ତେବେ ଡାଇରିଆ ବା ଝାଡାବାନ୍ତି ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଛି।

    ସମ୍ବିତ ମିଶ୍ର ରିପୋର୍ଟ

  • ତଥାପି ଥମୁନି ଝାଡାବାନ୍ତି

    କଳାହାଣ୍ଡି: ସୁଧୁରି ପାରୁନି ଦୁର୍ଗମ ଅଞ୍ଚଳର ଆଦିବାସୀ ଜୀବନଯାତ୍ରା । ପାନୀୟ ଜଳ ଯୋଗୁଁ ଝାଡ଼ାବାନ୍ତି ଭଳି ବିଭିନ୍ନ ରୋଗର ଶିକାର ହେଉଛନ୍ତି ଦୁର୍ଗମ ଅଞ୍ଚଳ ବାସୀ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରରେ ସ୍ୱାସ୍ଥ୍ୟ ସେବା ଅପହଞ୍ଚ ଥିବାବେଳେ ଡାଇରିଆ ଭଳି ମାରାତ୍ମକ ରୋଗରେ ଏକ ସପ୍ତାହରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେପଟେ ଜିଲ୍ଲାପାଳ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ  ସ୍ବାସ୍ଥ୍ୟକେନ୍ଦ୍ରରେ ଅସ୍ଥାୟୀ ଶଯ୍ୟା ବ୍ୟବସ୍ଥା କରାଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି।

    ସରକାରଙ୍କ ମୌଳିକ ସୁବିଧା ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରରେ ଅପହଞ୍ଚି । ବିଶୁଦ୍ଧ ପାନୀୟ ଜଳ ଅଭାବରୁ ଝାଡ଼ାବାନ୍ତିର ଶିକାର ହେଉଛନ୍ତି ଦୁର୍ଗମ ଅଞ୍ଚଳ ବାସୀ ଝାଡାବାନ୍ତି ପ୍ରକୋପରେ ସପ୍ତାହକ ମଧ୍ୟରେ ୬ ଜଣ ମୃତ୍ୟୁ ବି ହୋଲାଣି। ପ୍ରାୟ ୪୦ ପରିବାର ବସବାସ କରୁଥିବା ଏହି ଗାଁରେ ବିଶୁଦ୍ଧ ପାନୀୟ ଜଳର ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା ବେଳେ ଲୋକେ ନିକଟ ଝରଣାର ଦୂଷିତ ପାଣି ବ୍ୟବହାର କରି ନାନାଦି ରୋଗରେ ଆକ୍ରାନ୍ତ ହେଉଛନ୍ତି।

    ଅପରପକ୍ଷେ ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ଥୁଆମୂଳ ରାମପୁର ଗସ୍ତରେ ଆସି ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଥମେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସ୍ବାସ୍ଥ୍ୟସେବା ପରିଚାଳନା ଏବଂ ସମ୍ପ୍ରତି ସ୍ଥିତିକୁ ନେଇ ସ୍ଥାନୀୟ ତହସିଲଦାର,ସ୍ବାସ୍ଥ୍ୟ ବିଭାଗ,ଜିଲ୍ଲା ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରିଥିଲେ। ରୋଗୀସେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଅସ୍ଥାୟୀ ଶଯ୍ୟା ବ୍ୟବସ୍ଥା କରାଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏହାସହ ବିଶୁଦ୍ଧ ପାନୀୟ ଜଳଯୋଗାଣ ଉପରେ  ମଧ୍ୟ ଗୁରୁତ୍ୱ ଦେଇଛନ୍ତି।

    କୈଳାସ ସାହୁଙ୍କ ରିପୋର୍ଟ

  • ୪ ଦିନରେ ୪ ମୃତ୍ୟୁ

    କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଝାଡ଼ା ବାନ୍ତି  ଆତଙ୍କ । ୪ ଦିନରେ ୪ ଜଣଙ୍କର ମୃତ୍ୟୁ ହେଲାଣି ଓ  ୧୬ ଜଣଙ୍କ ଅବସ୍ଥା  ଗୁରୁତର ରହିଛି। ବିରିକୋଟ  ପଞ୍ଚାୟତ ସେମେଳପଦର ଗାଁରେ ଝାଡ଼ାବାନ୍ତିରେ ଡାମୁ ମାଝୀ ଓ ସୁନାଙ୍ଗ ଦେଇଙ୍କର ମୃତ୍ୟୁ ହୋଇଥିବାବେଳେ ୧୬ ଜଣ ଆକ୍ରାନ୍ତ ହୋଇ ଥୁଆମୂଳ ରାମପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।  ସେ

    ହିପରି ଚମ୍ପଛୁଆ ଗାଁର ଅସେମତି ନାଏକ ଓ ପାସ୍ତି ଗୁଡା ଗାଁର ଜୟ ମାଝୀ ଙ୍କ ଝାଡ଼ାବାନ୍ତି ରେ ମୃତ୍ୟୁ ଘଟିଛି । ଡାକ୍ତରୀ ଦଳ ସେ ଅଞ୍ଚଳ କୁ ଗସ୍ତ କରି ଚିକିତ୍ସା ଜାରି ରଖିଛନ୍ତି । ସେପଟେ  ଲାଞ୍ଜିଗଡ ବିଧାୟକ ପ୍ରଦିପ ଦିଶାରୀ ଙ୍କ ନିର୍ଦେଶରେ ବିଜେଡି ର ଏକ ଟିମ ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି ଗାଁର ପରିଚ୍ଛନ୍ନତା ଉପରେ ଧ୍ୟାନ ଦେଇଛନ୍ତି ।

  • କାଶୀପୁର ବ୍ଲକରେ ପୁଣି ହଇଜା ଆତଙ୍କ

    ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ପୁଣି ହଇଜା ଆତଙ୍କ। କାଶୀପୁର ହଇଜା ପ୍ରବଣ ଅଂଚଳରେ  ପୁଣି ୫ ଜଣଙ୍କ ମୁଣ୍ଡ ନେଲାଣି ହଇଜା। ସପ୍ତାହକ ମଧ୍ୟରେ ଝାଡାବାନ୍ତିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗତ କାଲି ସେହି ପଞ୍ଚାୟତର ଛୋଟିଗୁଡାରେ ଜଣକର ମୃତ୍ୟୁ ଘଟିଥିବା ନଜରକୁ ଆସିଛି।

    ରାୟଗଡା କାଶିପୁର ବ୍ଲକ ଅଡାଜୋର ପଞ୍ଚାୟତର ପରଲା ଜୋର ଗ୍ରାମରେ ସପ୍ତାହକ ମଧ୍ୟରେ ଝାଡାବାନ୍ତିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗତ କାଲି ସେହି ପଞ୍ଚାୟତର ଛୋଟିଗୁଡା ଗାଁର କାଡୁ ମାଝିଙ୍କ ମୃତ୍ୟୁ ଘଟିଥିବା ଗ୍ରାମବାସୀ  ଅଭିଯୋଗ କରିଛନ୍ତି ।  ଅନ୍ୟପଟେ ଏହାକୁ ଅସ୍ବୀକାର କରୁଛି କାଶୀପୁର ବ୍ଲକ ଅଡାଜୋର ପଞ୍ଚାୟତ ପରଲାଜୋର ଗାଁରେ ଦିନକୁ ଦିନ ଝାଡା ବାନ୍ତିରେ ସ୍ଥିତି ଆଣୟତ ହେବାରେ ଲାଗିଛି । ଗତ କାଲି ଆକ୍ରନ୍ତ ସଂଖ୍ୟା ୬ ରହିଥିବା ବେଳେ ଆଜି ପୁଣି ୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲୋକେ ଶୁଦ୍ଧ ପାନୀୟଜଳ ନପାଇ ବାଧ୍ୟ ହୋଇ ନଦୀ ନାଳ ଓ ଝରଣା ର ଦୂଷିତ ପାଣି ବ୍ୟବହାର କରୁଛନ୍ତି । ଦିନକୁ ଦିନ କାଶୀପୁର ବ୍ଳକର ସ୍ଥିତି ସଙ୍ଗୀନ ହେବା ସହ ଲୋକେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଏକ ଟିମ କାଶିପୁର ଝାଡା ବାନ୍ତି ବ୍ୟାପିଥିବା ଅଞ୍ଚଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ସୂଚନା ମିଳିଛି।

    କାଶିପୁର ହଇଜା ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଥିରେ ରୋକ ଲଗାଇବାରେ ଫେଲ ମାରୁଛି ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ। ପରଲାଜୋର ଗ୍ରାମରେ ସପ୍ତାହେ ଭିତରେ ଚାରିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିରୁ ଦୁଇଟି ପରିବାରର ଚାରି ଜଣଙ୍କ ଝାଡା ବାନ୍ତିରେ ମୃତ୍ୟୁ ହୋଇଛି । ଗତ କାଲି ଛୋଟୀଗୁଡା ଗାଁର କାଡୁ ମାଝିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ତେବେ ପରିବାର ପକ୍ଷରୁ ଏମାନଙ୍କ ମୃତ୍ୟୁ ହଇଜା ଜନିତ କୁହାଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ଅସ୍ୱୀକାର କରାଯାଇଛି । ସରକାରୀ ରିପୋର୍ଟ ଅନୁଯାୟୀ, ଗତ ଦୁଇ ମାସ ମଧ୍ୟରେ କାଶିପୁର ବ୍ଲକରେ ୧୦ ଜଣଙ୍କର ହଇଜା ଯୋଗୁଁ ମୃତ୍ୟୁ ହୋଇଛି । ଅନ୍ୟପଟେ ଲୋକଙ୍କ ଆଵଶ୍ୟକତା କୁ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି, ହଇଜା ଜନିତ ମୃତ୍ୟୁ ତାହା ଅସ୍ବୀକାର କରିବା ସହ ଅଭିଯୋଗ କୁ ପୁଣି ଥରେ ଅନୁଧ୍ୟାନ କରାଯିବ ବୋଲି ରାୟଗଡା ସିଡିଏମଓ  ସୂଚନା ଦେଇଛନ୍ତି। 

    କାଶିପୁର ବ୍ଲକରେ ଏବେ ଅଣାୟତ ହଇଜା, ଗାଁକୁ ଗାଁ ହଇଜା ବ୍ୟାପିବା ସହ ମୁଣ୍ଡ ଗିଳି ଚାଲିଛି, ବେଳ ଥାଉ ଥାଉ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ସଜାଗ ନ ହୁଏ ତାହା ହେଲେ ଆଗାମୀ ଦିନରେ ଉଗ୍ରରୂପ ନେବ ହଇଜା ।

    ଜି.ଶ୍ରୀନିବାସ କୁମାରଙ୍କ ରିପୋର୍ଟ

  • କୋରାପୁଟରେ ଝାଡାବାନ୍ତି ଆତଙ୍କ

    କୋରାପୁଟ: କୋରାପୁଟ ଜିଲ୍ଲାରେ ଝାଡାବାନ୍ତି ଆତଙ୍କ। ଦସମନ୍ତ ପୁର ବ୍ଲକ ପରେ ଏବେ ବୋରିଗୁମ୍ମା ବ୍ଲକର ହରଡା ଗୁଡାରେ ବ୍ୟାପିଛି ଝାଡାବାନ୍ତି। ୧୦  ସପ୍ତାହ ମଧ୍ୟରେ ଡମ୍ୱ ତୁରୁଞ୍ଜି ଗାଁର ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ  ସେହି ଗ୍ରାମରେ ଅଂକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତକାଲି ୧୦ ଆକ୍ରାନ୍ତ ବୋରିଗୁମ୍ମା ମେଡିକାଲରେ ଭର୍ତି ହୋଇଥିବା ବେଳେ ଆଜି ଜଣଙ୍କୁ ମେଡିକାଲରେ ଭର୍ତି କରାଯାଇଛି। କୁମୁଲି ମେଡିକାଲରେ ଏହି ଗ୍ରାମର ୪ ଜଣ ଆକ୍ରାନ୍ତ ଭର୍ତି ହୋଇଛନ୍ତି। ବ୍ଲକର ହରଡ଼ା ଗୁଡ଼ାରୁ ଆରମ୍ଭ ହୋଇଥିବା ଝାଡବାନ୍ତି ଏବେ ସହରାଞ୍ଚଳ ପର୍ଯ୍ୟନ୍ତ ବ୍ୟାପିବାରେ ଲାଗିଛି।

    ସେପଟେ ବୋରିଗୁମ୍ମା ପଂଚାୟତର ଦୁଲାଗୁଡାରେ ମଧ୍ୟ ଝାଡାବାନ୍ତି ଆକ୍ରାନ୍ତ ହୋଇ ବୋରିଗୁମ୍ମା ମେଡିକାଲରେ ଭର୍ତି ହୋଇଛନ୍ତି। ଝାଡାବାନ୍ତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଟିମ ୨୦ ଦିନ ହେବ ଗାଁରେ ଟେଣ୍ଟ ମାରିଛି। ହେଲେ ବି ନାକେଦମ ସ୍ୱାସ୍ଥ୍ୟ ବିଭାଗ। ଝାଡାବାନ୍ତିର କାରଣ ଦୂଷିତ ଜଳ ବୋଲି ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ପାଣିର ଟେଷ୍ଟ କରାଯାଉନାହିଁ। ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗର ଟିମ ବଭିନ୍ନ ଅଞ୍ଚଳକୁ ଯାଇ ଔଷଧ ବଣ୍ଟନ କରିବା ସହ ଜନ ସଚେତନ ମଧ୍ୟ କରୁଛନ୍ତି।

Back to top button