ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର: ମେକ୍ ଇନ୍ ଓଡିଶାର ତୃତୀୟ ସଂସ୍କରଣକୁ ସଫଳ କରିବା ସହ ରାଜ୍ୟକୁ କିପରି ଅଧିକ ପୁଞ୍ଜି ଆସିବ ସେନେଇ ଅଣ୍ଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ ଶିଳ୍ପପତି ମାନଙ୍କ ସହ କଥା ହେବେ ନବୀନ। ଏଥିପାଇଁ ୧୬ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କୁ ନିମନ୍ତ୍ରଣ କରାଯାଇଛି। ମେକ୍ ଇନ୍ ଓଡିଶାର ତୃତୀୟ ସଂସ୍କରଣ ପୂର୍ବରୁ ଅଗଷ୍ଟ ୩୧ରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ ଶିଳ୍ପପତିମାନଙ୍କ ସହ ଦିଲ୍ଲୀରେ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଦିଲ୍ଲୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି। କାର୍ଯ୍ୟକ୍ରମକୁ ଆମେରିକା, ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ, ଇଟାଲି, ବେଲିଜିୟମ, ସିଙ୍ଗାପୁର, ଜାପାନ ଭଳି ୧୬ ଦେଶରରାଷ୍ଟ୍ରଦୂତଙ୍କୁ ନିମନ୍ତ୍ରଣ କରାଯାଇଛି। ଓଡିଶାରେ ଶିଳ୍ପ ପ୍ରତିଷ୍ଠାର ସୁଯୋଗ ଓ ରାଜ୍ୟ ସରକାରଙ୍କ ଶିଳ୍ପନୀତି ଏବଂ ଇଜ ଅଫ ଡୁଇଙ୍ଗ ବିଜିନେସ ସଂପର୍କରେ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ କିପରି ଷ୍ଟିଲ, କେମିକାଲ, ପେଟ୍ରୋକେମିକାଲ, ଟେକ୍ସଟାଇଲ, ସି ଫୁଡ ପ୍ରୋସେସିଙ୍ଗ ଭଳି ସେକ୍ଟରରେ ଅଧିକ ବିଦେଶୀ ନିବେଶ ହେବ ତାହାରି ଉପରେ ଫୋକସ କରାଯାଉଥିବା ଶିଳ୍ପ ମନ୍ତ୍ରୀ କହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *