ବଂଶଲଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପିରେ ଉତ୍ସାହ

ଭୁବନେଶ୍ବର: କାଲି ଠୁ ବିଜେପି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲଙ୍କ ଦୁଇ ଦିନିଆ ଭୁବନେଶ୍ୱର ଗସ୍ତ। ଏହି ସମୟରେ ବଂଶଲଙ୍କର ବିଭିନ୍ନ  କାର୍ଯକ୍ରମ ରହିଛି ।  ଆସନ୍ତା କାଲି ଦିନ ଗୋଟାଏରେ ବଂଶଲ ଭୁବନେଶ୍ୱରରେ ପହଞ୍ଚିବେ । ଓଡିଶା ଦାୟିତ୍ୱ ନେବାପରେ ସୁନୀଲ ବଂଶଲଙ୍କ ଏହା ପ୍ରଥମ କାର୍ଯ୍ୟକ୍ରମ।  ଭୁବନେଶ୍ୱର ଏୟାର ପୋର୍ଟରେ ବିଜେପି ଶତାଧିକ କର୍ମୀ ଓ ନେତା ବଂଶଲଙ୍କୁ ସ୍ବାଗତ ସମ୍ବର୍ଦ୍ଧନା  କରିବେ। କାଲି ଦଳର ସଭାପତି ବରିଷ୍ଠ ନେତା ଓ ପଦାଧିକାରୀଙ୍କ ସହ ମଧ୍ୟ କରିବେ ଆଲୋଚନା । ଦଳର ବିଧାୟକ, ସାଂସଦ ଓ ଦଳର ବିଭିନ୍ନ ମୋର୍ଚ୍ଚା ପଦାଧିକାରୀଙ୍କ ସହ ପୃଥକ ପୃଥକ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଦଳର ସଂଗଠନ ଓ ୨୦୨୪ ନିର୍ବାଚନ ପାଇଁ ରଣନୀତି ଉପରେ ହେବ ଆଲୋଚନା। ବଂଶଲଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପିରେ ଉତ୍ସାହ ଦେଖିବାକୁ ମିଳିଛି।

ସେପଟେ  ବଂଶଲଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେଡି କହିଛି ଏହାର କୌଣସି ପ୍ରଭାବ ପଡିବ। ପ୍ରତ୍ୟକ ଦଳ ଚାହାନ୍ତି  ନିଜ ଦଳକୁ ଆଗକୁ ନେବାକୁ। ହେଲେ ବାସ୍ତବତା ହେଉଛି ଲୋକଙ୍କ ହୃଦୟରେ ଅଛନ୍ତି ନବୀନ ପଟନାୟକ। ବିଜେଡ଼ି ଲୋକଙ୍କ ମନରେ ଅଛି । ୨୦୨୪ରେ ଆହୁରି ବହୁମତରେ ସରକାରରେ ଆସିବୁ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରକାଶ କରିଛନ୍ତି।

ନବକିଶୋର ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *