ସର୍ବାଧିକ ବର୍ଷା ନୂଆଗାଁ ଓ ବାଲିକୁଦାରେ ରେକର୍ଡ

ରାଜ୍ୟରେ ଗତ ୨୪ ଘଣ୍ଟାରେ ଉପକୂଳ ଓଡିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ତେବେ ସର୍ବାଧିକ ବର୍ଷା ଜଗତସିଂହପୁର ଜିଲ୍ଲାର ନୂଆଗାଁ ଓ ବାଲିକୁଦାରେ ହୋଇଥିବା ରେକର୍ଡ କରାଯାଇଛି। ନୁଆଗାଁରେ ସର୍ବାଧିକ ୭୭ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ବାଲିକୁଦାଠାରେ ୭୬ ମିମି ବର୍ଷା ରେକର୍ଡ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ଓଡିଶା ଉପକୂଳର ଗୋଟିଏ ୨ ଟି ଜିଲ୍ଲା ସହ ମୟୁରଭଞ୍ଜ ଓ କେଉଁଝରରେ ପ୍ରବଳ ବର୍ଷା ହେବର ସମ୍ଭାବନା ରହିଛି। ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର, ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସ୍ରୁଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୭ ତାରିଖରୁ ଉତ୍ତର ଉପକୂଳ ଓଡିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ୧୮ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *