ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀର ସୋପିଆନ ଜିଲ୍ଲାର ହେଫ ଶିର୍ମାଲ ଅଞ୍ଚଳରେ ଏନକାଉଣ୍ଟର। ବୁଧବାର ବିଳମ୍ୱିତ ରାତିରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିବା ପୋଲିସ ସୂଚନା ଦେଇଛି। ଏହି ଏନକାଉଣ୍ଟରରେ ଅନସାର ଗାଜୱାଟ- ଉଲହିନ୍ଦ ଏବଂ ଅଲ-କାଏଦା  ଆଫିଲିଏଟ ସଂଗଠନର ସହଯୋଗୀ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ତେବେ ମୃତ ଆତଙ୍କବାଦୀ ମାନେ ହେଲେ  ଆଇଜାଜ ରସୋଲ ଏବଂ ସହିଦ ଅହମ୍ମଦ ବୋଲି ସୂଚନା ମିଳିଛି। ନିର୍ଦ୍ଦିଷ୍ଟ ଖବରକୁ ଆଧାର କରି ସୁରକ୍ଷା କର୍ମୀ ନୋୱଗାମ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଡେଙ୍ଗେରପୋରାରେ ଏକ କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଏହି ଅପରେସନ ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହୀନି ଉପରକୁ ଚଳାଇଥିଲେ। ଏହାର କଡା ଜବାବରେ ସୁରକ୍ଷା ବାହିନୀ ମଧ୍ୟ ଆତଙ୍କ ବାଦୀ ଉପରକୁ ଗୁଳି ଚଳାଇଥିଲେ। ଘଟଣା ସ୍ଥଳରେ ୨ ଆତଙ୍କବାଦୀ ଟଳି ପଡିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *