ମହିଳାଙ୍କ ପାଇଁ ଯୋଗୀ ସରକାରର ଭେଟି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସରକାର ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ଘଟଣାରେ ନେଇଛି କଡା ପଦକ୍ଷେପ। ମହିଳାଙ୍କ ବିରୋଧରେ ଗମ୍ଭୀର ଅପରାଧ ମାମଲାରେ ଏଣିକି ଆଉ ଅପରାଧୀଙ୍କୁ ଅଗ୍ରୀମ ଜାମିନ ମିଳିବ ନାହିଁ। ଏଥିନେଇ ରାଜ୍ୟ ଦଣ୍ଡ ସଂହିତାରେ ସଂଶୋଧନ କରିଛି ୟୁପି ସରକାର। ୟୁପି ବିଧାନସଭାର ମୌସୁମୀ ଅଧିବେଶନର ଶେଷ ଦିନରେ ଦଣ୍ଡ ପ୍ରକ୍ରୀୟା ସଂହିତା (ସଂଶୋଧନ) ବିଧେୟକ ୨୦୨୨ ପାରିତ ହୋଇଛି।

ଏହି ସଂଶୋଧନ ପରେ ଏବେ ମହିଳା ଓ ଶିଶୁଙ୍କ ବିରୋଧରେ ଯେଉଁ ଅପରାଧ ହେବ ସେଥିରେ ଅପରାଧିଙ୍କୁ ଅଗ୍ରୀମ ଜାମିନ ମିଳିବ ନାହିଁ। ସିଆରପିସିରେ ପରିବର୍ତ୍ତନ କରାଯାଇ ମହିଳାଙ୍କ ବିରୋଧରେ ହେଉଥିବା ଘୃଣିତ ଓ ଗମ୍ଭୀର ଅପରାଧ ଉପରେ ନିୟନ୍ତ୍ରଣ ଅଣାଯାଇ ପାରିବ। ତେବେ ରାଜ୍ୟ ବିଧାନସଭାରେ ଏହି ଆଇନ ପାରିତ ହୋଇଥିବା ବେଳେ ଏବେ ବଲ କେନ୍ଦ୍ର ସରକାର କୋଟରେ। ଏହାକୁ ଗୃହ ମନ୍ତ୍ରଣାଳୟର ମଞ୍ଜୁରୀ ଆବଶ୍ୟକ।

ଯୋଗୀ ଆଦିତ୍ୟନାଥଙ୍କ ପ୍ରଚେଷ୍ଟାରେ ବିଧେୟକ ୨୨ ସେପ୍ଟେମ୍ବରରେ ୟୁପି ବିଧାନସଭାରେ ଉପସ୍ଥାପିତ ହୋଇଥିଲା। ଏହି ସଂଶୋଧିତ ଆଇନକୁ କେନ୍ଦ୍ର ଗୃହମନ୍ତ୍ରଣାଳୟର ମଞ୍ଜୁରୀ ମିଳିବା ପରେ ମହିଳାଙ୍କ ବିରୋଧରେ ହେଉଥିବା ଦୁଷ୍କର୍ମ, ଯୌନ ଉତ୍ପୀଡନ ପରି ଗମ୍ଭୀର ଅପରାଧରେ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ମିଳିପାରିବ ନାହିଁ। ଏଥିସହ ଏହା ମହିଳାଙ୍କ ସୁରକ୍ଷା ଦିଗରେ ଏକ ବଡ ଉପାଦାନ ହେବ ବୋଲି ଆଶା କରାଯାଇପାରେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *