ଆସାମରେ ବନ୍ୟା ନେଉଛି ଜୀବନ , ନିଖୋଜ ପୁଅକୁ ଖୋଜୁଛି ବାପା

ଆସାମରେ ବନ୍ୟା ନେଉଛି ଜୀବନ । ବନ୍ୟାରେ ଏବେ ସୁଦ୍ଧା ୫୮ଜଣଙ୍କ ଜୀବନ ଚାଲିଗଲାଣି । ଅନେକ ଲୋକ ଏବେ ବି ଜଳବନ୍ଦୀ ଭିତରେ ଅଛନ୍ତି । ଆଉ ଏହାରି ଭିତରେ ଡ୍ରେନରେ ଏକ କୁନି ଛୁଆ ଭାସିଯାଇଥିବା ବେଳେ ୭୨ ଘଣ୍ଟା ହେବ ରେସକ୍ୟୁ ଅପରେସନ୍ ଚାଲିଥିଲେ ବି ପିଲାର କୌଣସି ପତ୍ତା ମିଳିପାରିନି । ୮ବର୍ଷର କୁନି ପୁଅକୁ ବିକଳ ହୋଇ ଖୋଜିଛି ବାପା । କିନ୍ତୁ ଏବେ ଯାଏଁ ପୁଅ ପତା ମିଳିପାରିନାହିଁ । ଆସାମର ସବୁଠୁ ବଡ ସହର ଗୌହାଟୀର ଅନେକ ଅଂଶ ବନ୍ୟା କବଳରେ ରହିଛି ।

ସୂଚନା ଅନୁସାରେ, ଗତ ଶୁକ୍ରବାର ଏହି ସହରର ଜ୍ୟୋତିନଗର ଅଞ୍ଚଳରେ ଜଣେ ବାପା ତାଙ୍କ କୁନି ପୁଅକୁ ଅଭିନାସକୁ ଧରି ସ୍କୁଟରେ ଯାଉଥିବା ବେଳେ କୁନି ପିଲାଟି ସ୍କୁଟିରୁ ଖସିପଡି ଖୋଲା ଡ୍ରେନରେ ଭାସିଯାଇଥିଲା । ଗତ ଶୁକ୍ରବାର ସଂଧ୍ୟାରୁ ଏବେ ଯାଏଁ ବାପା ହୀରାଲାଲ୍ ଏବଂ ଉଦ୍ଧାରକାରୀ ଟିମ୍ ଅଭିନାସକୁ ଖୋଜୁଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ବି ଆସି ହୀରାଲାଙ୍କୁ ସମବେଦନା ଜଣାଇଛନ୍ତି 

ସେପଟେ, ବହୁ ଖୋଜାଖୋଜି ପରେ ଅଭିନାସର କେବଳ ଚପଲ ମିଳିଥିବା କହିଛନ୍ତି ହୀରାଲାଲ । ସେ କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ କହିଛନ୍ତି କି । ୭୨ ଘଣ୍ଟା ହେବ ମୁଁ ଖଣ୍ଡେ ଲୁହା ରଡ୍ ଧରି ମୋ ପୁଅକୁ ଖୋଜୁଛି । କିନ୍ତୁ ଏହି ରଡ ସାହାଯ୍ୟରେ ଖୋଜିବା ସମ୍ଭବ ହୋଇପାରୁନି । ସରକାରଙ୍କ ପାଖରେ ମେସିନ୍ ରହିଛି । ତେଣୁ ସରକାର ମେସିନ୍ ସହାୟତାରେ ମୋ ପୁଅକୁ ଖୋଜନ୍ତୁ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *