ପରଜଙ୍ଗରେ ସଡକ ଦୁର୍ଘଟଣା , ଜଣେ ମୃତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପିତିରି ଛକ ନିକଟରେ ରାସ୍ତା ପାର ହେଉଥିବା ବେଳେ, ଏକ  ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ ଆରୋହୀ ଜଣକ ହେଉଛନ୍ତି କୋଲକାତା ଅଂଚଳ ର ମିତୁଲ ସେକ । ସେ ଏକ ମଟର ସାଇକେଲରେ ସରାଙ୍ଗରୁ ଆଖୁଆପାଳ ଅଭିମୁଖେ ବାହାରୁଥିବା ବେଳେ, ପିତିରି ଓଭର ବ୍ରିଜ ଛକ ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଏ ନେଇ ସ୍ଥାନୀୟ ଲୋକ ଜାଣିବା ପରେ ପୋଲିସକୁ ଖବର ଦେବା ସହ ଶବ ବ୍ୟବଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *