ବୋଲବମ୍ ବସ୍ ଦୁର୍ଘଟଣାଗ୍ରସ୍ତ , ଅଳ୍ପକେ ବର୍ତ୍ତିଲେ ଭକ୍ତ

ଆଜି ବଡି ଭୋରୁ ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ଏକ ବୋଲବମ ବସ । ଦୁର୍ଘଟଣାରେ  ଅଳ୍ପକେ  ବର୍ତ୍ତି ଯାଇଛନ୍ତି ଭକ୍ତ। ପାଣିକୋଇଲି ଥାନା ନିକଟସ୍ଥ ୨୦ନଂ ଜାତୀୟ ରାଜପଥର ଯାଜପୁରରୋଡ-ପାଣିକୋଇଲି ରାସ୍ତାର ଚାନ୍ଦପୁର ଛକ ନିକଟରେ ବୋଲବମ ଭକ୍ତଙ୍କୁ ନେଇ ଏକ ଘରୋଇ ବସ ଯାଉଥିଲା l ହଠାତ ଚାନ୍ଦପୁର ଛକରେ ବସଟି କୌଣସି କାରଣରୁ ରାସ୍ତାର ଡିଭାଇଡର ଉପରକୁ ଚଢି ଓଲଟିଲା ପଡ଼ିଥିଲା l ବସରେ ଥିବା ୧୭ଜଣ ଭକ୍ତ ସାମାନ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ପାଟ୍ରୋଲିଂ ପୁଲିସ ସହ ସ୍ଥାନୀୟ ଅଂଚଳର ସ୍ବେଚ୍ଛାସେବୀମାନେ ପହଁଚି ସମସ୍ତଙ୍କୁ ମେଡିକାଲ ପଠାଇଛନ୍ତି l କାହାର କୌଣସି କ୍ଷୟକ୍ଷତି ଘଟିନଥିବା ସୂଚନା ମିଳିଛି । ଉକ୍ତ ବସଟି ବୋଲବମ ଭକ୍ତଙ୍କୁ ନେଇ କେନ୍ଦୁଝରରୁ ଭଦ୍ରକ ଯାଉଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *