ମନ୍ଦିର କାନ୍ଥ ଭୁଶୁଡି ୯ ଶିଶୁ ମୃତ

ମଧ୍ୟପ୍ରଦେଶରେ ଏକ ଧାର୍ମିକ କାର୍ଯ୍ୟକ୍ରମବେଳେ ଅଘଟଣ। ମନ୍ଦିର କାନ୍ଥ ଭୁଶୁଡି ୯ ଶିଶୁ ମୃତ । ଏଥିସହ ଅନେକ ଲୋକ ଆହତ ହୋଇଥିବା ବେଳେ ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବ ସୂଚନା ମିଳିଛି। ତେବେ ମଧ୍ୟପ୍ରଦେଶ ସାଗରର ଶାହପୁରରେ ଥିବା ହରଦୌଲ ବାବା ମନ୍ଦିରରେ ଏହି ଘଟଣା ଘଟିଛି ।ସୂଚନା ମୁତାବକ, ଏକ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ୍ କାନ୍ଥ ଭୁଶୁଡ଼ି ପଡ଼ିଥିଲା।ଭଙ୍ଗା କାନ୍ଥ ତଳେ ୯ ଜଣ ଛୋଟ ପିଲା ଚାପି ହୋଇ ରହି ଯାଇଥିଲେ। ସେମାନଙ୍କର ମୃତ୍ୟୁ ଘଟିଛି। କାନ୍ଥ ପଡ଼ି ଆହତ ହୋଇଥିବା ଅନ୍ୟ କିଛି ପିଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଶାହପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *