ଟ୍ରକ ଧକ୍କାରେ 8 ମୃତ ଏକାଧିକ ଗୁରୁତର

Spread the love


ଚଣ୍ଡିଗଡ: ଟ୍ରକ ତେଳେ ଚାପି ହୋଇ ଘଟଣା ସ୍ଥଳରେ 8 ମୃତ । ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣାଟି ଘଟଣାଟି ଦେଖିବାକୁ ମିଳିଛି ପଞ୍ଜାବର ଗଡଶଙ୍କର ଠାରେ । ଭକ୍ତମାନେ ବୈଶାଖୀ ସମାଗମ ଦେଖିବା ପାଇଁ ଗଙ୍ଗା ଅଭିମୁଖେ ଯାତ୍ରା କରୁଥିବାବେଳେ ଏକ ଧ୍ରୁତଗାମୀ ଟ୍ରକ ସେମାନଙ୍କ ଉପରେ ଚଢିଯାଇଥିଲା । ଫଳରେ ଘଟଣା ସ୍ଥଳରେ 5 ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ଅନ୍ୟ ତିନିଜଣଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା ।

ସୂଚନା ଅନୁଯାୟୀ ପ୍ରାଣ ହରାଇ ଥିବା 5 ଜଣ ଗୋଟିଏ ପରିବାର ହୋଇଥିବାବେଳେ ଅନ୍ୟ 3 ଜଣଙ୍କ ପରିଚୟ ଅଷ୍ପଷ୍ଟ ରହିଛି । ତେବେ ଅନ୍ୟ ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତିକରି ଚିକିତ୍ସା ଜାରି ରହିଛି ।  ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ରାସ୍ତାର ଏଭଳି ସଙ୍ଗୀନ ଅବସ୍ଥାପାଇଁ ଏହିଭଳି ଦୁର୍ଘଟଣା ବାରମ୍ବର ଘଟୁଛି । ପ୍ରଶାସନଙ୍କ ଆଗରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଚି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *