ସେନାରେ ଭର୍ତ୍ତି ହେବା ସ୍ୱପ୍ନ ପୁରା ହେବ ପୂର୍ବରୁ ଚାଲିଗଲା ଜୀବନ

Spread the love

ସେନାରେ ନିଯୁକ୍ତି ପାଇଁ ହାଇଓ୍ୱେରେ ଦୌଡୁଥିଲେ ୫ ଜଣ ଯୁବକ। ଇଛା ଥିଲା ସେନାରେ କାମ କରି ଦେଶ ପାଇଁ ଲଢିବାକୁ। ହେଲେ ଦୌଡୁଥିବା ବେଳେ ହଠାତ ଯେମିତି ଏକ ବଜ୍ର ମାଡି ଆସିଲା। ଏକ ଦ୍ରୁତଗାମୀ କାର ସେମାନଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି। ହରିୟାଣା ପଲଓ୍ୱଲରେ ଘଟିଛି ଏକ ଦୁଃଖଦ ଘଟଣା । ସେନାରେ ନିଯୁକ୍ତି ପାଇଁ ଯୁବକଙ୍କୁ ଶାରୀରିକ ପରିଶ୍ରମ କରିବାକୁ ପଡିଥାଏ। ଏନେଇ ସେମାନେ ଦୌଡିବା, ପହଁରିବା,ଖେଳିବା ଭଳି ବହୁ କସରତ ସହ ପରିଶ୍ରମ କରି ନିଜକୁ ଫିଟ ରଖିଥାନ୍ତି। ରବିବାର ସକାଳୁ ପଲେଖ ଗାଁର କେଜିପି ଏକ୍ସପ୍ରେସ ଓ୍ୱେରେ ୫ ଜଣ ଯୁବକ ଦୌଡୁଥିଲେ। ଠିକ ସେହି ସମୟରେ ଏକ କାର ଖୁବ ଜୋରରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା।

ତେବେ ଏହି ଦୁର୍ଘଟଣାରେ ୨ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଅନ୍ୟ ଦୁଇ ଗୁରୁତର ଯୁବକ ଫରଦିବାଦର ଏକ ଡାକ୍ତରଖାନାରେ ଆୟୁସିୟୁରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଗୁରୁତର ଦୁଇ ଯୁବକ ସୌରଭ ଏବଂ ସନ୍ନିଙ୍କ ବୟସ ୨୧ ବର୍ଷ ହୋଇଥିବା ବେଳେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକ ହେଉଛନ୍ତି ଲୋକେଶ, ହରିଶ ଏବଂ ବିବେକ।
ସେପଟେ ପୋଲିସ କାରର ଚାଳକକୁ ଚିହ୍ନଟ କରିବା ସହ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଡିଏସପି ପଲଓ୍ୱାଲ ଯଶପାଲ ଖତାନା। ଅନ୍ୟପଟେ ଗାଁର ସମସ୍ତ ଯୁବକ ୫୫ଜଣିଆ ଟିମ ଗଠନ କରି ସେନା ପାଇଁ ପ୍ରସ୍ତୁତି ହେଉଥିବା ବେଳେ ତାଲିମ ପାଇଁ ଦୌଡିବା ସହ ଶାରିରୀକ ପରିଶ୍ରମ କରୁଥିବା ଜଣାପଡିଛି।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *