ଭିସା କାରଖାନାରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ। ମୃତକ କୋରାଇ ଥାନା ଅନ୍ତର୍ଗତ ଖମି ଗାଁର ଜିତେନ୍ଦ୍ର କୁମାର କର। କାରଖାନା ମଧ୍ୟରେ କାର୍ଯ୍ୟ କରୁଥିବା ସମୟରେ ଠିକା ଶ୍ରମିକ ଜଣଙ୍କ ଏକ ମେସିନରେ ଚାପି ହୋଇଯାଇଥିଲେ। ତେବେ ସଙ୍ଗେସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଟାଟା ମେଡିକା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ଯଖପୁରା ପୋଲିସ।

Naxatra News is now on Whatsapp
Join and get latest news update delivered to you via whatsapp
Join Now