ଟ୍ରକକୁ ପିଟିଲା ବସ, ଜଣେ ମୃତ ୨୦ରୁ ଉର୍ଦ୍ଧ୍ବ ଆହତ

ଟ୍ରକକୁ ପିଟିଲା ବସ, ଜଣେ ମୃତ ୨୦ରୁ ଉର୍ଦ୍ଧ୍ବ ଆହତ। ୩ ଗୁରୁତରକୁ କଟକ ଏସସିବି ସ୍ଥାନାନ୍ତର। ଉଦଳାରୁ ଭୁବନେଶ୍ୱର ଯାଉଥିବା ରାଜା ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଜାରକା ଛକ ପଣ୍ଡା ଢ଼ାବା ନିକଟରେ ଟ୍ରକକୁ ପଛପଟୁ ପିଟିଲା ବସ। ବସର ହେଲପରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏଥିରେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ 3ଜଣ ଗୁରୁତର ହୋଇପଡିଥିଲେ। ସେମାନଙ୍କୁ କଟକ ବଡ଼ ମେଡିକାଲ ରେଫର କରାଯାଇଛି। ବସଟି ଉଦଳାରୁ ଭୁବନେଶ୍ୱର ଯାଉଥିବା ବେଳେ ରାତି ପ୍ରାୟ ସାଢେ଼ ୩ଟା ସମୟରେ ଧର୍ମଶାଳା ଥାନା ଜାରକା ନିକଟ ପଣ୍ଡା ଢ଼ାବା ସମୁଖରେ ଏକ ଟ୍ରକ ଛିଡ଼ା ହୋଇଥିବା ବେଳେ ବସଟି ଏହା ଜାଣି ନପାରି ଟ୍ରକ୍ ପଛପଟୁ ଧକା ଦେଇଥିଲା I ଅଗ୍ନିଶମ ବାହିନୀ ଓ ରାଜପଥ ଆମ୍ବୁଲାନ୍ସ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *