ଗର୍ଭବତୀ ମହିଳାଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସରେ ହଠାତ୍ ଲାଗିଲା ନିଆଁ

ଗର୍ଭବତୀ ମହିଳାଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସରେ ହଠାତ୍ ନିଆଁ ଲାଗିଲା । ପରେ ଏଥିରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଜଲଗାଁଓରେ । ବିସ୍ଫୋରଣ ଯୋଗୁ ଆଖପାଖ ଅଞ୍ଚଳର ଥିବା ଘର କ୍ଷତିଗ୍ରସ୍ତ ହୋଇଛି।ସୂଚନା ଅନୁଯାୟୀ , ବୁଧବାର ରାତିରେ ମହାରାଷ୍ଟ୍ର ଜଲଗାଓଁରେ ଜଣେ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ଏରାଣ୍ଡୋଲ ସରକାରୀ ଡାକ୍ତରଖାନାରୁ ଜାଲଗାଓଁ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଉଥିଲା।ଏତିକି ବେଳେ ଆମ୍ବୁଲାନ୍ସର ଇଞ୍ଜିନ୍ରୁ ଧୂଆଁ ବାହାରୁଥିବା ଦେଖିଥିଲେ ଡ୍ରାଇଭର।

ଏହାପରେ ତୁରନ୍ତ କିଛି ଅଘଟଣ ଘଟିବା ପୂର୍ବରୁ ରୋଗୀଙ୍କୁ ଆମ୍ବୁଲାନ୍ସରୁ ବାହାରକୁ ଆଣି ନିଜେ ମଧ୍ୟ ଓହ୍ଲାଇ ପଡିଥିଲେ। ପରେ ଦେଖୁ ଦେଖୁ ଆମ୍ବୁଲାନ୍ସରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ଘଟିଥିଲା। ଆମ୍ବୁଲାନ୍ସରେ ରଖାଯାଇଥିବା ଅମ୍ଲଜନା ସିଲିଣ୍ଡର ଯୋଗୁ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।

ଏହି ପୂରା ଘଟଣା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *