ଆତଙ୍କବାଦୀଙ୍କ ଗ୍ରେନେଡ୍ ରେ ଜଳିଗଲା ସେନା ଟ୍ରକ୍

Spread the love

TERRORIST ATTACK VS ARMY

() ଜମ୍ମୁ କଶ୍ମୀରର ପୁଞ୍ଚରେ ଗ୍ରେନେଡ୍ ମାଡ଼ରେ ସେନା ଗାଡି ଜାଳିଦେଲେ ଆତଙ୍କବାଦୀ। ଏଥିରେ ୫ ଯବାନ ଶହୀଦ ହୋଇଯାଇଛନ୍ତି। ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ପ୍ରାଥମିକ ସୂଚନାରୁ ବଜ୍ରାଘାତ ଲାଗି ଗାଡ଼ିରେ ନିଆଁ ଲାଗିଯାଇଥିବା ଅନୁମାନ କରାଯାଇଥିଲା। କିନ୍ତୁ ପରେ ଏହା ଆତଙ୍କବାଦୀଙ୍କ ଯୋଜନାବଦ୍ଧ ଆକ୍ରମଣ ବୋଲି ପୁଷ୍ଟି ହୋଇଛି। ଟ୍ରକ୍ ନିକଟରେ ଯବାନମାନଙ୍କ ଅର୍ଦ୍ଧଦଗ୍ଧ ଶରୀର ମିଳିଛି। ଘଟଣା ପରେ ସର୍ଚ୍ଚ ଅପେରସନକୁ ଜୋରଦାର କରାଯାଇଛି।

ଗୁରୁବାର ଅପରାହ୍ନ ପ୍ରାୟ ୩ଟା୧୫ ବେଳର ଘଟଣା ଜମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲାରେ ମେନ୍ଧର ଉପଖଣ୍ଡର ଭାଟା ଦୁରିଆନ ଅଞ୍ଚଳରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ଼ରେ ଜଳିଗଲା ସେନା ଟ୍ରକ୍ ଆଉ ଏଥିରେ ଥିବା ୫ଜଣ ଯବାନ ବି ଶହୀଦ ହୋଇଗଲେ। ଆଉ ଜଣେ ଯବାନ ଗୁରୁତର ହୋଇଛନ୍ତି। ଆହତ ଯବାନଙ୍କୁ ରାଜୌରିସ୍ଥିତ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଟ୍ରକଟି ଭିମ୍ୱର ଗଲିରୁ ସଙ୍ଗଜୋତ ଅଭିମୁଖେ ଯାଉଥିଲା ବେଳେ ରାସ୍ତାରେ ଆକ୍ରମଣ ହୋଇଥିଲା। ସଙ୍ଗେ ସଙ୍ଗେ ଅଗ୍ନିନିର୍ବାପକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସମସ୍ତ ଉଦ୍ୟମ ସତ୍ତ୍ୱେ ୫ଜଣ ଯବାନ ଜଳିଯାଇଥିଲେ। ସେମାନଙ୍କ ଅର୍ଦ୍ଧଦଗ୍ଧ ଶରୀର ରାସ୍ତାରୁ ଠାବ ହୋଇଥିଲା। ଶହୀଦ ଯବାନମାନେ ରାଷ୍ଟ୍ରୀୟ ରାଇଫଲ୍ସର ହୋଇଥିବା ବେଳେ ଏମାନେ ଆତଙ୍କବାଦ ନିରୋଧ ଅଭିଯାନରେ ସାମିଲ୍ ଥିଲେ। ଘଟଣା ସମ୍ପର୍କରେ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥା ସିଂଙ୍କୁ ଅବଗତ କରାଇଛନ୍ତି। ଶହୀଦ ଯବାନ ହେଲେମନଦୀପ ସିଂ, ଦେବାଶିଷ ବିଶ୍ୱାଳ, କୁଲଓ୍ୱନ୍ତ ସିଂ, ହରକ୍ରିଷ୍ଣ ସିଂ ସେବକ ସିଂ

ଏହି ଆକ୍ରମଣ ପାଇଁ ଜୈସ୍ମହମ୍ମଦ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ପିପୁଲ୍ସ ଆଣ୍ଟି ଫାସିଷ୍ଟ ପ୍ରଣ୍ଟ୍ ବା ପିଏଏଫଏଫ୍ ନିଜକୁ ଦାୟୀ କରିଛି ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ ସହ ଶହୀଦ ଯବାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଘଟଣା ପରେ ତୁରନ୍ତ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଡ୍ରୋନ୍ ସର୍ଭେ ବି ହୋଇଛି। ଜମ୍ମୁ ରିଜିଅନର ରାଜୌରି, ପୁଞ୍ଚ୍ ମେନ୍ଧାର ଅଞ୍ଚଳରେ କର୍ଡନ କରିବା ସହ ଅନେକ ଗାଁରେ ସର୍ଚ୍ଚ ଅପରେସନ ଜାରି ରହିଛି ପାକିସ୍ତାନ ଅଧିକୃତ କଶ୍ମୀରରୁ ଆତଙ୍କବାଦୀ ଅପରେଟ କରିଥିବା ଆଶଙ୍କା କରାଯାଉଛି। କାରଣ ରାଜୌରି ଓ ପୁଞ୍ଚ ଅଞ୍ଚଳରେ ସମାନ ଧରଣର ଆକ୍ରମଣ ଅତୀତରେ ଭାରତୀୟ ସେନା ଓ ସାଧାରଣ ନାଗରିକଙ୍କ ଉପରେ ହୋଇସାରିଛି। ଗଲାବର୍ଷ ଜମ୍ମୁ କଶ୍ମୀରର ବୈଷ୍ଣୋଦେବୀ ପୀଠ ନିକଟରେ ସେନାର ଏକ ଗାଡ଼ିରେ ନିଆଁ ଲାଗି ୪ଯବାନ ପ୍ରାଣ ହରାଇଥିଲେ। ଏହି ଘଟଣାରେ ୨୨ ଜଣ ଯବାନ ଆହତ ହୋଇଥିଲେ। ଏହି ଘଟଣା ପାଇଁ ଜମ୍ମୁ କଶ୍ମୀର ଫ୍ରିଡମ୍ ଫାଇଟର ନାମକ ଆତଙ୍କବାଦୀ ସଂଗଠନ ନିକଜୁ ଦାୟୀ କରିଥିଲା ଆଇଇଡି ମାଧ୍ୟମରେ ସେନା ଗାଡ଼ିରେ ନିଆଁ ଲଗାଇଥିବା ମାନିଥିଲା।

ଶହୀଦ ୫ଜଣ ଯବାନଙ୍କ ଭିତରେ ୪ଜଣ ପଞ୍ଜାବରୁ ହୋଇଥିଲା ବେଳେ ଜଣେ ଓଡ଼ିଶାରୁ ଯବାନଙ୍କ ବୀରଗତି ଖବର ପାଇବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଶହୀଦ କୁଲଓ୍ୱନ୍ତ ସିଂଙ୍କ ବାପା ବି କାରଗିଲ ଯୁଦ୍ଧରେ ଶହୀଦ ହୋଇଥିଲେ କୁଲଓ୍ୱନ୍ତଙ୍କର ଛୋଟ ଝିଅ ଓ ତିନି ମାସର ପୁଅ ଅଛି। କୁଲଓ୍ୱନ୍ତ ଦୁଇ ବର୍ଷ ତଳେ ବିବାହ କରିଥିଲେ। ମାସେ ହେଲା ଗାଁରେ ଛୁଟି କଟାଇ କର୍ମକ୍ଷେତ୍ରକୁ ଫେରିଥିଲେ କୁଲଓ୍ୱନ୍ତ ଶହୀଦ ମନଦୀପ ସିଂଙ୍କ ପରିବାରରେ ମାଆ,ପତ୍ନୀ ଓ ଦୁଇ ପୁଅ ଝିଅ ଅଛନ୍ତି। ହରିକୃଷ୍ଣ ସିଂଙ୍କ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *