ବାଣ କାରଖାନାରେ ବିସ୍ଫୋରଣ: ୫ ମୃତ

Spread the love

ମଦୁରାଇ: ତାମିଲନାଡୁର ମଦୁରାଇର ବାଣଫ୍ୟାକ୍ଟ୍ରିରେ  ବିସ୍ଫୋରଣ। ବିସ୍ଫୋରଣରେ ଅନ୍ୟୁନ ୫ ଜଣଙ୍କ ମୃତ୍ୟୁ ନେଇ ସୂଚନା। ମଦୁରାଇର ଉସିଲାମ୍ବତ୍ତିରେ ଥିବା ଏକ ଘରୋଇ ବାଣ କାରଖାନାରେ ଗୁରୁବାର ବିସ୍ଫୋରଣ ହୋଇଛି । ଏନେଇ ମଦୁରାଇ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। କାରଖାନାରେ ବାଣ ତିଆରି ବେଳେ ଏହି ଅଘଟଣ ଘଟିଥିବାରୁ ଭିତରେ ଆହୁରି ଅନେକ ଲୋକ ଥିବା ସନ୍ଦେହ କରାଯାଉଛି। କିପରି ବିସ୍ଫୋରଣ ହେଲା ତାର କାରଣ ଜଣାପଡି ନାହିଁ। ଅଧିକ ସୂଚନା ହସ୍ତଗତ ହୋଇନାହିଁ।

Leave a Reply

Your email address will not be published. Required fields are marked *