କେମିକାଲ ଲିକ ହେବାରୁ ଜଳିଗଲେ ୪

Spread the love

ମୁମ୍ବାଇ: ମୁମ୍ବାଇର ଏକ ସଂସ୍ଥାରେ କେମିକାଲ ଲିକ କାରଣରୁ ୪ ଜଣ ଜଳି ଯାଇଛନ୍ତି। ବୁଧମାର ସଂଧ୍ୟା ପ୍ରାୟ ୫.୧୫ରେ ଭର୍ଲିସ୍ଥିତ ସସ୍ମିରା ଇନଷ୍ଟିଚ୍ୟୁଟ ଅଫ ଡିଜାଇନ ଆଣ୍ଡ ଟେକ୍ସଟାଇଲରେ କେମିକାଲ ଲିକ ହାଇଥିଲା। ଲିକ ହୋଇଥିବା କେମିକାଲ ଗ୍ଲିସରିନ ଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଇନଷ୍ଟିଚ୍ୟୁଟର ଟେଷ୍ଟିଂ ବିଭାଗର ମେସିନରୁ ଏହି ରାସାୟନ ଲିକ ହୋଇଥିଲା। ଫଳରେ ୪ ଜଣ ଜଳିଯାଇଥିଲେ। ଜଳିଥିବା ଲୋକଙ୍କୁ ଜସଲୋକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାକାର ଡାକ୍ତର ଉଚାଲେଙ୍କ ମୁତାବକ, କେମିକାଲରେ ଜଳିଯାଇଥିବା ୪ ଜଣଙ୍କ ମଧ୍ୟରେ ୨ ମହିଳା ରହିଛନ୍ତି। ପ୍ରାରମ୍ଭିକ ଚିକିତ୍ସା ପରେ ସେମାନଙ୍କୁ ଏରୋଲି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *