ଦୁର୍ଘଟଣା

ଜେନେରାଲ ଅନିଲ ଚୌହାନ ହେଲେ ନୂଆ ସିଡିଏସ

ନୂଆଦିଲ୍ଲୀ: ଦେଶର ନୂଆ ଚିଫ ଅଫ ଡିଫେନ୍ସ ଷ୍ଟାଫ ବା ସିଡିଏସ ଭାବେ ନିଯୁକ୍ତ ହୋଇଛନ୍ତି ଲେପ୍ଟେନାଣ୍ଟ ଜେନେରାଲ ଅନିଲ ଚୌହାନ। ସିଡିଏସ ବିପିନ ରାୱନ୍ତଙ୍କ ହେଲିକ୍ଟର ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ଏହି ପଦ ଖାଲି ପଡିଥିଲା। ପ୍ରାୟ ୯ ମାସର ଧରି ସିଡିଏସ ପଦ ଖାଲି ପଡିବା ପରେ ଚୌହାନଙ୍କୁ ତିନି ସେନା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଚୌହାନ ୨୦୨୧ ମେ ମାସରେ ପୂର୍ବାଞ୍ଚଳ କମାଣ୍ଡରୁ ଅବସର ନେଇଥିଲେ।

ଦେଶର ପ୍ରଥମ ସିଡିଏସ ହେବାର ଗୌରବ ହାସଲ କରିଥିଲେ ଜେନେରାଲ ବିପିନ ରାୱତ। ୬୩ ବର୍ଷୀୟ ଜେନେରାଲ ୨୦୨୦ ଜାନୁଆରୀରେ ସିଡିଏସ ଦାୟିତ୍ବ ନେଇଥିଲେ। ସେ ଥିଲେ ଜଳ, ସ୍ଥଳ ଓ ବାୟୁ ସେନା ମଧ୍ୟରେ ସଂଯୋଗର ସେତେ। ତିନି ସେନାକୁ ଏକାଠି କରିବା ଦାୟିତ୍ବ ଏହି ସିଡିଏସ ପଦର। କିନ୍ତୁ ଗତ ବର୍ଷ ଡିସେମ୍ବର ମାସରେ ତାମିଲନାଡୁରେ ଏକ ହେଲିକପ୍ଟର ଦୁର୍ଘଟଣାରେ ରାୱନ୍ତଙ୍କ ସହ ତାଙ୍କ ପତ୍ନୀଙ୍କ ସମେତ ମୋଟ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା।

୮ ଡିସେମ୍ବର ୨୦୨୧ରେ ତାମିଲନାଡୁର ନିଳଗିରି ହିଲ୍ସରେ ରାଓତ, ତାଙ୍କ ପତ୍ନୀ, କିଛି ସେନା ଅଧିକାରୀ ଯାଉଥିବା ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ରାଓତ, ତାଙ୍କ ପତ୍ନୀ ଓ ୧୧ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ଏକ ମାତ୍ର ଆହତ ଗ୍ରୁପ କ୍ୟାପ୍ଟେନ ବରୁଣ ସିଂଙ୍କର କିଛି ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

ସିଡିଏସ ଚିଫ ଅଫ ଷ୍ଟାଫ କମିଟିର ସ୍ଥାୟୀ ଅଧ୍ୟକ୍ଷ ହୋଇଥାନ୍ତି। ସିଡିଏସ ସରକାର, ରକ୍ଷା ମନ୍ତ୍ରୀ, ମୁଖ୍ୟ ସେନ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥାନ୍ତି।

Related Articles

Leave a Reply

Your email address will not be published.

Back to top button