ଜୀବନ ନେଇଗଲା ଗୁଗୁଲ ମ୍ୟାପ !

ଗୁଗୁଲ ମ୍ୟାପ ପାଇଁ ଚାଲିଗଲା ୩ଜଣଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶ ବରେଲି ଓ ବାଦାଉନ ଜିଲ୍ଲା ସୀମାରେ ।  ଗୁଗୁଲ ମ୍ୟାପ ଭୁଲ ରାସ୍ତା ଦେଖିଇବାରୁ ରାମଗଙ୍ଗା ନଦୀ ଉପରେ  ନିର୍ମାଣଧିନ ପୋଲ ଉପରପ ଖସି ପଡିଲା  କାର । ଅଧିକାରୀମାନଙ୍କ ଅବହେଳା ହେତୁ ବ୍ରିଜକୁ ଅଧାରୁ ଛାଡ଼ି ଦିଆଯାଇଥିବାବେଳେ  ଏଠାରେ କୌଣସି ବ୍ୟାରିକେଡ ମଧ୍ୟ ଲଗାଯାଇ ନାହିଁ । ଫଳରେ କାର ଡ୍ରାଇଭରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି । ତେଣୁ ଏଭଳି ଘଟଣା ପରେ ମୃତକଙ୍କ ପରିବାର ଲୋକେ ପ୍ରଶାସନକୁ ଦାୟୀ କରିଛନ୍ତି ।

ତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜିପିଏସ ସିଷ୍ଟମ ବା ଗୁଗଲ ମ୍ୟାପ ଭରସାରେ ଯାଉଥିବା ଏକ ଗାଡ଼ି ବ୍ରିଜ ତଳକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଘଟଣାଟି ଘଟିଛି ଉତ୍ତରପ୍ରଦେଶର ବରେଲି ଏବଂ ବାଦାଉନ ସୀମାରେ । ଫରିଦପୁର ପୋଲିସ ଷ୍ଟେସନ ପରିସରରେ ରାମଗଙ୍ଗା ନଦୀ କୂଳରେ ଫରିଦପୁର-ବାଦାଉନର ଦତ୍ତାଗଞ୍ଜକୁ ସଂଯୋଗ କରୁଥିବା ଅସମ୍ପୂର୍ଣ୍ଣ ବ୍ରିଜରୁ ଏକ କାର ଖସିପଡି ତିନି ଜଣଙ୍କର ମୃତ୍ୟୁ ଘଟିଛି । ଶନିବାର ରାତିରେ ଏହି ଘଟଣା ଘଟିଥିବା ଜଣାପଡିଛି । ରବିବାର ସକାଳେ ଖଲାପୁର ଗାଁର ଲୋକମାନେ ରାମଗଙ୍ଗା କୂଳରେ ପହଞ୍ଚିବା ସେଠାରେ ଏକ କାର କ୍ଷତିଗ୍ରସ୍ତ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ ।   କାରରେ ଥିବା ସମସ୍ତ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏ ନେଇ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ ।  କୁହାଯାଉଛି ଯେ କାରରେ ଥିବା ଲୋକମାନେ ଗୁଗୁଲ ମ୍ୟାପ ସାହାଯ୍ୟରେ ଖଲାପୁର ଦେଇ ଦତ୍ତାଗଞ୍ଜରୁ ଫରିଦପୁରକୁ ଆସୁଥିଲେ । ବ୍ରିଜ ବିଷୟରେ ତାଙ୍କର କୌଣସି ଧାରଣା ନଥିଲା । କାରଟି ନିଶ୍ଚିତ ଭାବରେ ଉଚ୍ଚ ବେଗରେ ଥିଲା, ଯେଉଁ କାରଣରୁ ଡ୍ରାଇଭର କାରକୁ ଅଟକାଇ ପାରିନଥିଲେ ଏବଂ ବ୍ରିଜ ଶେଷ ହେବା ମାତ୍ରେ ଏହା ରାମଗଙ୍ଗା ଭିତରକୁ ୨୫ ଫୁଟ ତଳକୁ ଖସିପଡିଥିଲା, ଏହି କାରଣରୁ କାରରେ ଥିବା ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।

ମୃତକମାନଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ଭଣଜା ବିବାହରେ ଯୋଗ ଦେବା ପାଇଁ ୨ ସମ୍ପର୍କୀୟ ଭାଇ ସହ ଅନ୍ୟ ଜଣେ ସାଙ୍ଗ ଯାଉଥିଲେ । ଜିପିଏସ ସାହାଯ୍ୟରେ କାରଟି ଯାଉଥିବା ବେଳେ ହଠାତ ଏହା  ରାମଗଙ୍ଗା ନଦୀ ଉପରେ ଫରିଦପୁର-ଦାତାଗଞ୍ଜକୁ ସଂଯୋଗ କରୁଥିବା ଅସମ୍ପୂର୍ଣ୍ଣ ବ୍ରିଜ ଉପରକୁ ଚଢିଯାଥିଲା। ଫଳରେ ଏଭଳି ଏକ ଦୁର୍ଘଟଣା ଘଟିଛି ।  ଦୁର୍ଘଟଣା ପାଇଁ ସେମାନେ ବିଭାଗୀୟ ଅବହେଳାକୁ ଦାୟୀ କରିଛନ୍ତି । ପରିବାରର କହିବା କଥା ହେଲା, ଅଧିକାରୀମାନଙ୍କ ଅବହେଳା ହେତୁ ବ୍ରିଜକୁ ଅଧାରୁ ଛାଡ଼ି ଦିଆଯାଇଛି । ଏଠାରେ କୌଣସି ବ୍ୟାରିକେଡ ମଧ୍ୟ ଲଗାଯାଇ ନାହିଁ । ଏଭଳି ଦୁଖଦ ଖବର ପାଇଁ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଦୁର୍ଘଟଣାରେ ତିନିଜଣ ମୃତକଙ୍କ ଶରୀର  ରାମଗଙ୍ଗା ନଦୀ ପାର ହୋଇ ଡଙ୍ଗା ସାହାଯ୍ୟରେ ଫରିଦପୁରକୁ ଅଣାଯାଇଥିବାବେଳେ ଫରିଦପୁର ପୋଲିସ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *