ମୋରବି ଦୁର୍ଘଟଣା: ମୃତକଙ୍କ ପିଛା ୧୦ ଲକ୍ଷ ଅନୁକମ୍ପା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Spread the love

ଅହମଦାବାଦ: ମୋରବି ପୋଲ ଛିଡିବା ଘଟଣାରେ ଗୁଜରାଟ ହାଇକୋର୍ଟଙ୍କ ନିର୍ଦ୍ଦେଶ। ପ୍ରତି ମୃତକଙ୍‌କ ପରିଜନକୁ ୧୦ ଲକ୍ଷ ଟଙ୍କା ଓ ପ୍ରତି ଆହତଙ୍କୁ ୨ ଲକ୍ଷ ଟଙ୍କା  ଲେଖା ସହାୟତା ରାଶି ପ୍ରଦାନ କରିବାକୁ କୋର୍ଟ ଜାରି କରିଛନ୍ତି ନିର୍ଦ୍ଦେଶ। ଏଥିସହ କୋର୍ଟ ତାଙ୍କ ନିର୍ଦ୍ଦେଶରେ ସମସ୍ତକୁ ଉଚିତ ଅନୁକମ୍ପା ରାଶି ମିଳିବ ବୋଲି କହିବା ସହ ଏହି ଦୁର୍ଘଟଣାରେ ମା ବାପାଙ୍କୁ ହରାଇ ଅନାଥ ହୋଇଥିବା ଶିଶୁମାନଙ୍କ ତାଲିକା ମାଗିଛନ୍ତି କୋର୍ଟ।

ଶୁଣାଣି କାଳରେ ରାଜ୍ୟ ସରକାରକୁ ରାଜ୍ୟରେ ଥିବା ସମସ୍ତ ଦୁର୍ବଳ ପୋଲ ପାଇଁ ଦୁଇ ସପ୍ତାହ ମଧ୍ୟରେ ନିୟମ ତିଆରି କରାଯାଉ। ତେବେ ଏହି ଘଟଣାରେ ଅଭିଯୋଗ ପରିସୀମାକୁ ଆସିଥିବା ଓରେୱା ସମୂହ ପୀଡିତଙ୍କୁ ଅନୁକମ୍ପା ରାଶି ପ୍ରଦାନ କରିବାକୁ କହିଥିଲା, କିନ୍ତୁ କୋର୍ଟ କହିଛନ୍ତି, କମ୍ପାନୀ ପକ୍ଷରୁ କରାଯାଇଥିବା ପ୍ରସ୍ତାବ ନ୍ୟାୟସଂଗତ ନୁହେଁ।

ମୋରବି ଦୁର୍ଘଟଣାରେ ଓରେୱା ଗ୍ରୁପର ଏମଡି ଓ ପ୍ରମୋଟର ଜୟସୁଖ ପଟେଲ ଏବେ ମୋରବି ଉପଜେଲରେ ଅଛନ୍ତି। ଘଟଣାର ଶୁଣାଣି କାଳରେ ଜୟସୁଖଙ୍କ ପକ୍ଷରୁ ତାଙ୍କ ଓକିଲ ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖା ଦେବାକୁ ଇଛାପ୍ରକାଶ କରିଥିଲେ। ଓକିଲ ଅନୁକମ୍ପାକୁ ନେଇ କହିଥିଲେ କି, ଆମର କିଛି ସୀମା ଅଛି। ବର୍ତ୍ତମାନ ପାଇଁ ଅନ୍ତରିଣ ଅନୁକମ୍ପା ପ୍ରଦାନ କରାଯାଇ ପାରେ। ଏହା ଉପରେ ହାଇକୋର୍ଟ କହିଥିଲେ କି, ଜଣେ ଓକିଲ ଭାବେ ଆପଣଙ୍କର ସୀମା ଥାଇପାରେ। ଆମେ କାଲିଠାରୁ ସ୍ପଷ୍ଟ କରିଛୁ କି, ଆମେ ଅନ୍ତରୀଣ ଅନୁକମ୍ପାର ଆଦେଶ ଦେଉଛୁ।

ସୂଚନାଯୋଗ୍ୟ, ମୋରବି ପୋଲ ଦୁର୍ଘଟଣା ପରେ ପୁଲିସ ଓରେବା ଗ୍ରୁପର କର୍ମକର୍ତ୍ତାଙ୍କୁ ଧରିଥିଲା ଓ ପରେ ଜୟସୁଖ ପଟେଲଙ୍କ ନାମ ଜୋଡାଯାଇଥିଲା। ପୁଲିସ ଚାର୍ଜସିଟ ଏହାକୁ ଉପସ୍ଥାପନ କରିବା ପରେ ଜୟସୁଖ ପଟେଲ କୋର୍ଟଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ। ଏହା ପରେ ପୁଲିସ କଷ୍ଟଡିକୁ ନେଇଥିଲା। ମୋରବିର ମଚ୍ଛୁ ନଦୀ ଉପରେ ଥିବା ଝୁଲନ୍ତା ପୋଲ ଗତ ବର୍ଷ ଅକ୍ଟୋବର ୩୦ ତାରିଖରେ ଛିଡିପଡିଥିଲା। ଏହି ଦୁର୍ଘଟଣାରେ ୧୩୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୬ ଜଣ ଆହତ ହୋଇଥିଲେ।

Leave a Reply

Your email address will not be published. Required fields are marked *