ହିସାର: ଠିଆ ହୋଇଥିବା ଟ୍ରକ୍ ସହିତ କାର୍ ଓ ବାଇକ୍ ଧକ୍କା ହୋଇ ପାଂଚ ମୃତ

Spread the love

ହିସାର :  ବୁଧବାର ସକାଳେ ଜାତୀୟ ରାଜପଥରେ ଥିବା ରାମପୁରା ଗ୍ରାମ ନିକଟରେ  ଦ୍ରୁତ ଗତିରେ ଆସୁଥିବା ଏକ କାର ଓ ବାଇକ ସହିତ ମୁହାଁ ମୁହିଁ ଭାବରେ ଛିଡା ହୋଇଥିବା ଏକ ଟ୍ରକ  ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ପାଂଚ  ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ , ଏହି ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ପ୍ରଥମେ ନାଗରିକ  ହସପିଟାଲ ହାଁସୀକୁ ଅଣାଯାଇଥିଲା, କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ହିସାରକୁ ପଠାଯାଇଥିଲା । ଏହି ପାଂଚ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇଛି ।

Leave a Reply

Your email address will not be published. Required fields are marked *