ମୃତ୍ୟୁ ଏମିତି ବି ଆସେ । ଏକ ସଫଳ ଦୁନିଆରେ ପାଦ ଦେବାକୁ ଯାଉଥିବା ବେଳେ ଚାଲିଗଲା ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକରେ । ରାଜ୍ୟ କ୍ୟାରେଡରର ଜଣେ ଆଇପିଏସ ଅଧିକାରୀଙ୍କ ମୃତ୍ୟୁ ଘଟିଛି । ତେହା ପୁଣି ଚାକିରିର ପ୍ରଥମ ଦିନରେ । ମୃତକ ଜଣଙ୍କ ହେଉଛନ୍ତି ଆଇପିଏସ ଅଫିସର ହର୍ଷ ବର୍ଦ୍ଧନ , ବୟସ ୨୬ । ସେ କର୍ଣ୍ଣାଟକ କ୍ୟାଡରର ର୨୦୨୩ ବ୍ୟାଚ ଆଇପିଏସ ଅଫିସର । ଘର ତାଙ୍କ ମଧ୍ୟପ୍ରଦେଶରେ । ମାସେ ତଳେ ମୈସୁରରେ ଟ୍ରେନିଂ ସାରିବା ପରେ ଆଜି ତାଙ୍କ ଜଏନିଂ ଥିଲା । ତେବେ ଆଜି ଚକିରିର ପ୍ରଥମ ଦିନରେ ଆତଙ୍କ ଅକାଳ ମୃତ୍ୟୁ ସମସ୍ତଙ୍କୁ ଦୁଃଖିତ କରିଛି ।
ସୂଚନା ଅନୁଯାୟୀ ଆଜି କାର୍ଯ୍ୟରେ ଯୋଗ ଦେବା ଲାଗି ଯାଉଥିଲା ବେଳେ ସଡ଼କ ଦୁର୍ଘଟଣା ରେ ଜୀବନ ଚାଲିଯାଇଛି । ତେବେ ସେ କାର୍ଯ୍ୟରେ ଯୋଗଦେବା ପାଇଁ ପୁଲିସ ଗାଡ଼ିରେ ଯାଉଥିଲେ । ଏହି ସମୟରେ ଗାଡି ଟାୟାର ଫାଟିଯିରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ହୋଇଥିଲେ । ଏଥିରେ ର୍ଦ୍ଧନଙ୍କୁ ମୃଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ସେଠାରୁ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now