କୁଅରେ ପଡି ଦୁଇ ସିଂହଙ୍କ ମୃତ୍ୟୁ

Spread the love

ଆମ୍ରେଲି: ଗୁଜୁରାଟର ଗିର ଜଙ୍ଗଲ ଡିଭିଜନରେ ଏକ ସିଂହ ଓ ଏକ ସିଂହୀର ମୃତ୍ୟୁ ହୋଇଛି। ଅମ୍ରେଲି ଜିଲ୍ଲାରେ ଥିବା ଗିର ଜଙ୍ଗଲର ଥିବା ଏକ କୁଅରେ ଖସିପଡିବାରୁ ଉଭୟଙ୍କ ମୃତ୍ୟୁ ହୋଇଥିବା ଶନିବାର ଦିନ ଜଙ୍ଗଲ ଅଧିକାରୀ ସୂଚନା ଦେଇଛନ୍ତି।

ମୃତ୍ୟୁବରଣ କରିଥିବା ସିଂହ ଓ ସିଂହୀର ବୟସ ୫ରୁ ୯ ବର୍ଷ ମଧ୍ୟରେ ଥିଲା। ଉଭୟ ଶୁକ୍ରବାର ଜଙ୍ଗଲରେ ବୁଲୁଥିବା ବେଳେ ଖମ୍ବା ତାଲୁକ ଅଧୀନ କୋଟଡା ଗାଁର ଜଣେ ଚାଷୀଙ୍କ ଦ୍ବାରା ହୋଇଥିବା କୁଅରେ ଉଭୟ ଖସିପଡିଥିବା ଗିର ବନ ଉପସଂରକ୍ଷକ ରାଜଦୀପ ସିଂହ ଜାଲା ସୂଚନା ଦେଇଛନ୍ତି।

ଜାଲା ଆହୁରି କହିଛନ୍ତି, ସିଂହ ଓ ସିଂହୀ କୁଅରେ ଖସିବା ସମ୍ବନ୍ଧରେ ଜାଣିବା ପରେ କୃଷକ ସଙ୍ଗେ ସଙ୍ଗେ ବନ ବିଭାଗକୁ ସୂଚିତ କରିଥିଲେ। ଖବର ପାଇଁ ବନ ବିଭାଗର ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିବା ବେଳକୁ ଉଭୟଙ୍କର ପାଣିରେ ବୁଡି ମୃତ୍ୟୁ ହୋଇସାରିଥିଲା। ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

୨୦୦୭-୮ ମଧ୍ୟରେ ଗିର ଜଙ୍ଗଲ ବ୍ୟାପିଥିବା ଆମ୍ରେଲି ଓ ଗିର ସୋମନାଥ ଜିଲ୍ଲାରେ ଥିବା ୧୧,୭୪୮ କୁଅ ଉପରେ ପାରାପେଟ କରାଯାଇଛି  ବାଘ ଓ ସିଂହଙ୍କ ସୁରକ୍ଷା ପାଇଁ। ତେବେ ୨୦୨୧ ଡିସେମ୍ବରରୁ ଗତ ମାର୍ଚ୍ଚ ମାସ ମଧ୍ୟରେ ଗିର ଜଙ୍ଗଲରେ ମୋଟ ୨୮୩ ସିଂହଙ୍କ ମୃତ୍ୟୁ ହୋଇଥିବା ନେଇ ବିଧାନସଭାରେ ସମ୍ପୃକ୍ତ ମନ୍ତ୍ରୀ ସୂଚନା ଦେଇଥିଲେ। ସେମଧ୍ୟରୁ ୨୧ଟି ସିଂହଙ୍କର ଟ୍ରେନରେ ଧକ୍କା ହୋଇ ବା କୁଅରେ ପଡି ମୃତ୍ୟୁ ହୋଇଛି।

Leave a Reply

Your email address will not be published. Required fields are marked *