ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକ ଜନତାକୋଠି ଛକରେ ବଡ ଧରଣର ବିସ୍ଫୋରଣ । ବିସ୍ଫୋରଣ ଘଟି ପୋଡିଗଲା ତିନୋଟି ଦୋକାନ ଓ ତିନି ଆହତ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଦୋକାନ ଘର କାନ୍ଥ ମଧ୍ୟ ଫାଟିଲା । ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ବେଳେ ଦୋକାନରେ ଥିବା ସବୁ ଜିନିଷ ପୋଡି ପାଉଁଶ ହୋଇଯାଇଛି । ତେବେ କିଭଳି ଏହା ଘଟିଲା , ଏହା କେଉଁ ପ୍ରକାରର ବିସ୍ଫୋରଣ ତାହା ସ୍ପଷ୍ଟ ହୋଇନାହିଁ । ଗୁରୁତର ମାନଙ୍କୁ କଟକ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now