ଦୋକାନକୁ ପିଟିଲା କାର;୨ ମୃତ

ଇଟାମାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୋକାନକୁ ପିଟିଲା କାର,୨ ଜଣଙ୍କ ମୃତ୍ୟୁ ଘଟିଛି l ଗତକାଲି ବିଳମ୍ବିତ ରାତିରେ ନୟଗଡ ଜିଲ୍ଲା ଇଟାମାଟି ଥାନା ନିକଟରେ ଘଟିଛି ଏଭଳି ଦୁର୍ଘଟଣା l ଏଥିରେ ଖୋର୍ଦ୍ଧା ସାଗରୁଗାଁର କାର ମାଲିକ ଏବଂ ଜଣେ ପଥଚାରୀଙ୍କ ମୃତ୍ୟୁ ହୋଇଛି l ସୂଚନଅନୁଯାୟୀ ଦ୍ରୁତ ଗତିରେ କାର ଗୋଟିଏ ଇଲୋକ୍ଟ୍ରୋନିକ ଦୋକାନକୁ ଧକ୍କା ଦେଇଥିଲା ଫଳରେ ଦୋକାନର ବିଭିନ୍ନ ଆସବାପତ୍ର ନଷ୍ଟ ହୋଇଥିବା ସୂଚନା ମିଳିଛି। ଇଟାମାଟି ଥାନା ପୋଲିସ ଘଟଣସ୍ଥଳରେ ପହଞ୍ଚି ଉଦ୍ଧାର କରି ମେଡିକାଲରେ ଭର୍ତି କରିଥିଲା l ତେବେ କାରରେ ୨ଜଣ ଥିଲେ, ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇଯାଇଥିଲା |ତେବେ ବିଳମ୍ୱିତ ରାତିରେ ଅତ୍ୟଧିକ ମଦ୍ୟପାନ କରି ଡ୍ରାଇଭର ଗାଡ଼ି ଚଳାଉ ଥିବା ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ସୂଚନା । ବସିଥିବା କାର ମାଲିକଙ୍କ ମୃତ୍ୟୁ ହୋଇଛି l ପଥଚାରୀଙ୍କ ପରିଚୟ ମିଳିପାରିନାହିଁ l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *