ଦୀପାବଳି ପାଳିବାକୁ ଘରକୁ ଯାଉଥିବା ବେଳେ ଦୁର୍ଘଟଣା, ୧୫ ମୃତ

Spread the love

ଭୋପାଳ: ମଧ୍ୟପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା। ଦୀପାବଳି ପାଇଁ ଘରକୁ ଯାଉଥିବା ବେଳେ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ, ୪୦ରୁ ଅଧିକ ଗୁରୁତର ଆହତ। ପୁଲିସ ବସରେ ଫସିଥିବା ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି। ଏହି ଦୁର୍ଘଟଣା ମଧ୍ୟପ୍ରଦେଶ-ଉତ୍ତର ପ୍ରଦେଶ ସୀମାବର୍ତ୍ତୀ ସୁହାଗୀ ପାହାଡ ନିକଟରେ ହୋଇଛି।

ଏକ ଯାତ୍ରୀବାହୀ ବସ ଶୁକ୍ରବାର ରାତିରେ ଜବଲପୁରରୁ ରିବା ହୋଇ ଇଲାହାବାଦ ଯାତ୍ରା କରୁଥିଲା। ଦୀପାବଳି ଥିବାରୁ ବସର ଅଧିକାଂଶ ଲୋକ ନିଜ ଗାଁକୁ ଫେରୁଥିଲେ। ବିଳମ୍ବିତ ରାତିରେ ରେବା ନିକଟବର୍ତ୍ତୀ ସୁହାଗୀ ପାହାଡ ନିକଟରେ ହେବା ବେଳକୁ ବସ ଆଗରେ ଯାଉଥିବା ଏକ ଟ୍ରଲର  କୌଣସି ଗାଡି ସହ ଧକ୍କା ହୋଇ ରାସ୍ତା ଉପରେ ଠିଆହୋଇ ଯାଇଥିଲା। ଫଳରେ ବସ ଯାଇ ଟ୍ରଲର ସହ ଧକ୍କା ଖାଇଥିଲା।  ଧକ୍କା ଏତେ ଭୟଙ୍କର ଥିଲା କି, ଆଗରେ ବସିଥିବା ପ୍ରାୟ ୧୫ ଲୋକଙ୍କ ମୃତ୍ୟୁ ଘଟଣାସ୍ଥଳରେ ହୋଇଥିଲା।

କୁହାଯାଉଛି, ବସରେ ପ୍ରାୟ ୧୦୦ ଜଣ ଲୋକ ଯାତ୍ରା କରୁଥିଲେ। ଦୁର୍ଘଟଣା ପରେ ଖବର ପାଇଁ  ପୁଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ। ତୁରନ୍ତ ହିଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ଗୁରୁତର ମାନଙ୍କୁ ସଞ୍ଜୟଗାନ୍ଧୀ ହସ୍ପିଟାଲକୁ ନିଆଯାଇଥିଲା।

ଦୁର୍ଘଟଣାରେ ମରିଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ଥିଲେ ଶ୍ରମିକଶ୍ରେଣୀର। ସେମାନେ ହାଇଦ୍ରାବାଦର ସିକନ୍ଦରାବାଦରୁ ଉଠିଥିଲେ। ମୃତକ ୟୁପିର ବାସିନ୍ଦା ଥିଲେ। ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟଙ୍କ ସହ ଫୋନ ଯୋଗେ ଆଲେଚନା କରିଛନ୍ତି। ସମସ୍ତ ମୃତକମାନଙ୍କୁ ରାଜ୍ୟ ସରକାର ସସମ୍ମାନେ  ପ୍ରୟାଗରାଜ ପହଞ୍ଚାଇଛି। ଆହତମାନଙ୍କୁ ରେବା ମେଡିକାଲରେ ଭର୍ତ୍ତି କରାଯାଇ ନିଶୁଳ୍କ ଚିକିତ୍ସା ଚାଲିଥିବା ଶିବରାଜ ଯୋଗୀଙ୍କୁ ଅବଗତ କରିଥିଲେ।

ଏହି ଦୁର୍ଘଟଣାକୁ ନେଇ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା, ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ଡ ନରୋତ୍ତମ ମିଶ୍ରା  ଟ୍ବିଟ କରି ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *