ମନ୍ଦିର ପ୍ରାଙ୍ଗଣରୁ ୨୦୦ ବର୍ଷ ପୁରୁଣା କାଠ ଖୋଦିତ ଲିପି ଉଦ୍ଧାର

Spread the love

ପିପିଲି: ୨୦୦ ବର୍ଷ ପୂର୍ବର କାଠ ଖୋଦିତ ଲେଖା ଉଦ୍ଧାର। ପୁରୀ ଜିଲ୍ଳା ଡେଲାଙ୍ଗ ହରିରାଜପୁର ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ମହାଦେବଙ୍କ ମନ୍ଦିରରୁ ଉଦ୍ଧାର ହୋଇଛି ପୁରାତନ କାଠ ନିର୍ମିତ ଗୁଜ। ସେଥିରେ ଦୁଇ ଶହ ବର୍ଷ ପୂର୍ବେ ଲେଖା ହୋଇଥିବା ଓଡିଆ ଭାଷା ସ୍ପଷ୍ଟ ପଢି ହେଉଛି। ଏହି ପୁରାତନ ଲିପିକୁ ଅନିଲ ଧୀରଙ୍କ ନେତୃତ୍ୱରେ ଠାବ କରିଛି ଇଣ୍ଟାକ୍ ଟିମ।

ତିନି ଜଣିଆ ସଦସ୍ୟ ବିଶିଷ୍ଟ ଏକ ଟିମ  ଡେଲାଙ୍ଗ ହରିରାଜପୁର ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ମହାଦେବଙ୍କ ମନ୍ଦିରର  ଅନୁସନ୍ଧାନ କରିଥିଲା। ମନ୍ଦିର ପ୍ରାଙ୍ଗଣରୁ ପୁରାତନ ଲିପି ଉଦ୍ଧାର କରାଯାଇଛି। ଅନୁସନ୍ଧାନରୁ ଏହା ୨୦୦ ବର୍ଷ ପୁରୁଣା ଲିପି ହୋଇଥିବା ଜଣାପଡିଛି।  ଏହାପରେ ବନ୍ତଳ ମୁଣ୍ଡିଆ ଠାରେ ୫ ଵର୍ଷ ପୂର୍ବେ ପ୍ରାୟ  ୩୫୦୦ଵର୍ଷ ପୁରୁଣା ୭ ଫୁଟର କଙ୍କାଳ ବାହାରିଥିବା ସ୍ଥାନ ବୁଲି ଅନୁସନ୍ଧାନ କରିଥିଲେ। ଏଠାରେ ଅନେକ କିଛି ପୁରାତନ ଜିନିଷ ଥିବା ନେଇ ସୂଚନା ଦେଇଛନ୍ତି ଇଣ୍ଟାକ ଟିମ।

ତେବେ ଏହିସବୁ ସ୍ଥାନରୁ ମିଳିଥିବା ପୁରାତନ ମୂର୍ତ୍ତୀ ଓ କୀର୍ତ୍ତିରାଜିର ସୁରକ୍ଷା ପାଇଁ ସରକାର ଉକ୍ତ ସ୍ଥାନରେ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଛୋଟ ଛୋଟ ମ୍ୟୁଜିୟମ୍ କରି ସଂରକ୍ଷିତ କରିବା ପାଇଁ ପରାମର୍ଶ ଦେଇଛନ୍ତି ଇଣ୍ଟାକ ର ମୁଖ୍ୟ ଅନିଲ ଧିର। ସେପଟେ ପୁରାତନ ଜିନିଷକୁ ସଂରକ୍ଷିତ ରହିପାରିଲେ  ଆମ ପୂର୍ବ ସଂସ୍କୃତି ପୁନର୍ଜୀବିତ ରହିବ ବୋଲି କହିଛନ୍ତି ଗ୍ରାମବାସୀ।

Leave a Reply

Your email address will not be published. Required fields are marked *