ମରଣ ମୁହଁରୁ ବର୍ତିଲେ ଡ୍ରାଇଭର

Spread the love

ସୁବର୍ଣ୍ଣପୁର ମହାନଦୀ ସେତୁ ଉପରେ ମାଲବାହୀ ଟ୍ରକ ଦୁର୍ଘଟଣା ଗ୍ରସ୍ତ। ଅଳ୍ପକେ ବର୍ତିଲେ ଡ୍ରାଇଭର । ଭାଙ୍ଗିଲା ସେତୁର ସୁରକ୍ଷା ବାଡ଼।ସୂଚନା ଅନୁଯାୟୀ ଗତ ବିଳମ୍ବିତ ରାତିରେ ଟିଟିଲାଗଡ ରୁ ସମ୍ବଲପୁରକୁ ଯାଉଥିବା ଏକ ମାଲବାହୀ ଟ୍ରକ ମହାନଦୀ ବ୍ରିଜ ଉପରେ ପଛ ଚକା ଫାଟି ଯିବାରୁ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଚକା ଫାଟି ଯିବାରୁ ଟ୍ରକଟି ବ୍ରିଜ ସାଇଡ଼ରେ ପିଟି ହୋଇଥିଲା । ଫଳରେ ବ୍ରିଜ କଡ଼ରେ ଥିବା ସୁରକ୍ଷା ବାଡ଼ ଭାଙ୍ଗିଯାଇଥିଲା । ଡ୍ରାଇଭର ଜଣକ ବ୍ରିଜ ତଳକୁ ଖସି ପଡ଼ିଥିଲେ ହେଁ ପାଣିରେ ପଡ଼ିବାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣା ପଡିଛି।

Leave a Reply

Your email address will not be published. Required fields are marked *