ପୁଣି ଏକ ବଡ ବିମାନ ଦୁର୍ଘଟଣା। ଦକ୍ଷିଣ କୋରିଆରେ ବଡ ଧରଣର ବିମାନ ଦୁର୍ଘଟଣା ଘଟିଛି। ଲ୍ୟାଣ୍ଡିଂ ବେଳେ ରନୱେରେ ଜଳିଗଲା ବିମାନ। ମୁଆନ ସହରରେ ପ୍ଲେନ କ୍ରାସ ହୋଇଥିବା ଜଣାପଡିଛି। ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ। ଏପର୍ଯ୍ୟନ୍ତ ୧୭୯ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ୧୭୫ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ମେମ୍ୱରକୁ ନେଇ ବିମାନଟି ଯାଉଥିଲା। ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ ବେଳେ ରନୱେରୁ ଖସି ଯିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।
ତେବେ ଏହି ବିମାନରେ ୧୭୫ ଜଣ ଯାତ୍ରୀ ୬ କ୍ରୁ ମେମ୍ୱରକୁ ମିଶାଇ ମୋଟ ୧୮୧ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ୧୮୧ ଜଣ ଯାତ୍ରୀଙ୍କୁ ନେଇ ଥାଇଲ୍ୟାଣ୍ଡରୁ ଦକ୍ଷିଣ କୋରିଆ ଫେରୁଥିଲା ଜେଜୁ ଏୟାର ବିମାନ। ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଲ୍ୟାଣ୍ଡିଂ ବେଳେ ରନୱେରୁ ଏହାର ଖସି ଯାଇ ବିମାନ ବନ୍ଦରର କାନ୍ଥ ସହ ଧକ୍କା ହୋଇଥିଲା। ଏହାପରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରେ ହିଁ ୧୭୯ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି। ସେପଟେ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି। ବର୍ଷ ଶେଷରେ ଛାତିଥରା ବିମାନ ଦୁର୍ଘଟଣା ଘଟିଥିବା ବେଳେ ଏଭଳି ଘଟଣାକୁ ନେଇ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଗୋଟିଏ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ବଡ ବିମାନ ଦୁର୍ଘଟଣା। ଗତ ୨୫ ତାରିଖରେ କାଜିକସ୍ତାନରେ ଏକ ବିମାନ ଦୁର୍ଘଟଣା ହୋଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now