ମହିଳାଙ୍କୁ ଧକ୍କା ଦେଲା ଏସୟୁଭି: ୫ ମୃତ, ୧୨ ଗୁରୁତର

Spread the love

ନାସିକ: ମହାରାଷ୍ଟ୍ରର ପୁଣେ ନାସିକ ଜାତୀୟ ରାଜପଥରେ ସୋମବାର ବିଳମ୍ବିତ ରାତିରେ ୫ ମହିଳାଙ୍କ ମୃତ୍ୟୁ, ୧୨ ଗୁରୁତର ଆହତ।  ବିଳମ୍ବିତ ରାତିରେ ପୁଣେଠାରୁ ପ୍ରାୟ ୫୦ କିଲୋମିଟର ଦୂରବର୍ତ୍ତୀ ଶିରୋଲି ଗାଁ ନିକଟରେ ଏକ ଏସୟୁଭି କାର ମହିଳାଙ୍କ ଉପରେ ମାଡିଯିବାରୁ ଏପରି ଅଘଟଣ ଘଟିଛି। ଆହତଙ୍କ ଚିକିତ୍ସା ଜାରି ରହିଛି। କାର ମାଡିଯିବାରୁ ୨ ଜଣ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଘଟଣା ଘଟାଇ ଅଜ୍ଞାତ କାର ଚାଳକ ଫେରାର ଅଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ତଦନ୍ତ ଜାରି ରଖିଛି।

ସୂଚନା ମୁତାବକ, ସମସ୍ତ ମହିଳା ରୋଷେୟା ଭାବେ କାମ କରୁଥିଲେ। ସୋମବାର ରାତି ପ୍ରାୟ ୧୧ଟାରେ କାମ ସାରି ଘରକୁ ଫେରୁଥିଲେ। ବସରୁ ଖରପୁଡି ଫାଟାରେ ଓହ୍ଲାଇଥିଲେ। ଏହି ସମୟରେ ଏକ ଏସୟୁଭି ଦ୍ରୁତ ବେଗରେ ଆସି ମହିଳାଙ୍କୁ ଧକ୍କା ଦେଇଥିଲା।

Leave a Reply

Your email address will not be published. Required fields are marked *