ନୂଆବର୍ଷ ସେଲିବ୍ରେସନ ବେଳେ ବାର୍ ରେ ବିସ୍ଫୋରଣ- ୪୦ ମୃତ

ସ୍ୱିଜରଲ୍ୟାଣ୍ଡର ବାର୍ ରେ ବିସ୍ଫୋରଣରୁ ୪୦ଜଣଙ୍କ ଜୀବନ ଗଲାଣି। ଶତାଧିକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତେବେ ବିସ୍ଫୋରଣ ପଛରେ କୌଣସି ଆତଙ୍କି ଷଡ଼ଯନ୍ତ୍ରକୁ ଅସ୍ୱୀକାର କରିଛି ପୁଲିସ। ନୂଆ ବର୍ଷର ସେଲିବ୍ରେସନ ଭିତରେ ଏଭଳି ଛାତିଥରା ଘଟଣା ଘଟିଛି। ସ୍ୱିସ୍ ବାର୍ ରେ ଏଭଳି ବିସ୍ଫୋରଣ ହୋଇଛି। ଏହି ବାର୍ ର ନାଁ କନଷ୍ଟେଲେସନ ବାର୍ ଆଣ୍ଡ୍ ଲାଉଞ୍ଜ ଅଟେ। ବିସ୍ଫୋରଣ ବେଳେ ବାର୍ ରେ ୧୫୦ରୁ ଅଧିକ ଲୋକ ଥିଲେ। ଏହି ବିସ୍ଫୋରଣ ବାର୍ ର ବେସମେଣ୍ଟରେ ହୋଇଥିଲା। ବିସ୍ଫୋରଣ ପଛର ରହସ୍ୟକୁ ନେଇ ତନାଘନା ଜାରି ରହିଛି। ପ୍ରାଥମିକ ତଦନ୍ତରୁ ଏହି ଘଟଣା ନିଆଁ ଲାଗିବା କାରଣରୁ ହୋଇଥିବା ଜଣାପଡ଼ିଛି। ପୀଡ଼ତଙ୍କ ଚିହ୍ନଟ ଓ ସେମାନଙ୍କ ଶବକୁ ତୁରନ୍ତ ପରିବାରକୁ ହସ୍ତାନ୍ତରର ପ୍ରକ୍ରିୟା ଜାରି ରହିଛି। ଆଖପାଖ ଏରିଆକୁ ସିଲ୍ କରିଦିଆଯାଇଛି। ଫରେନସିକ ଟିମ୍ ବିଭିନ୍ନ ଦିଗକୁ ତର୍ଜମା କରୁଛି। ଯେଉଁ କ୍ରାନ୍ସ-ମୋଣ୍ଟାନାରେ ଏହି ଅଘଟଣ ଘଟିଛି, ତାହା ପ୍ରଖ୍ୟାତ ପର୍ଯ୍ୟଟନସ୍ଥଳୀ ଅଟେ। ଏହା ସ୍ୱିସ୍ ଆଲପ୍ସ ପର୍ବତମାଳାରେ ଅଛି। ସ୍କିଇଂ, ସ୍ନୋବୋର୍ଡିଂ ଓ ଗଲ୍ଫ ଭଳି ଗତିବିଧି ଲାଗି ସାରା ଦୁନିଆର ପର୍ଯ୍ୟଟକଙ୍କୁ ଏହା ଆକର୍ଷଣ କରିଥାଏ। ଏହି ସ୍କି ରିସୋର୍ଟ ସ୍ୱିଜରଲ୍ୟାଣ୍ଡର ରାଜଧାନୀ ବର୍ଣ୍ଣରୁ ପ୍ରାୟ ୨ଘଣ୍ଟା ଦୂରରେ ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *