ହୁତୁ ହୁତୁ ହୋଇ ଜଳିଗଲା ବସ୍,ଜୀଅନ୍ତା ଜଳିଗଲେ ୨୫ରୁ ଉର୍ଦ୍ଧ୍ୱ ପିଲା

ହୁତୁ ହୁତୁ ହୋଇ ଜଳୁଛି ବସ୍। ଆଉ ଏହି ନିଆଁର ଆଁରେ ଚାଲିଗଲେ ୨୫ରୁ ଉର୍ଦ୍ଧ୍ୱ ପିଲା। ଜୀଅନ୍ତା ଜଳିଗଲେ। ବସ୍ ଚକା ଫାଟିବାରୁ ଅଚାନକ ନିଆଁ ଲାଗିଯାଇଥିଲା ସ୍କୁଲ ବସରେ। ଥାଇଲାଣ୍ଡର ବ୍ୟାଙ୍କକର ଖୁ ଖୋଟ୍ ଅଞ୍ଚଳରେ ଥିବା ସପିଂ ମଲ ପାଖ ରାସ୍ତାରେ ଦ୍ୱିପ୍ରହର ସାଢ଼େ ୧୨ଟାରେ ଏଭଳି ଅଘଟଣ ଘଟିଛି। ବସ୍‌ରେ ପିଲାଏ ଏକ ଟ୍ରିପରୁ ଫେରୁଥିଲେ। ବସରେ ମୋଟ୍ ୪୪ ଯାତ୍ରୀ ଥିଲେ।  ୩ ବର୍ଷରୁ ୧୫ ବର୍ଷ ଯାଏ ପିଲା ବସିଥିଲେ। ଏହା ବ୍ୟତୀତ ୫ଜଣ ଶିକ୍ଷକ ବି ଥିଲେ। ଗୁରୁତର ଆହତଙ୍କୁ ତୁରନ୍ତ ରେସକ୍ୟୁ କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ସିଏନଜିରେ ଚାଲୁଥିଲା ବସ୍।  ଯାତ୍ରୀ ପରିବହନ ଗାଡ଼ିରେ ସିଏନଜିରେ ଚାଲୁଥିବା ଯାନକୁ ବ୍ୟାନ କରି ଏହାର ବିକଳ୍ପ ବାଟ ବାହାର କରିବାକୁ ନିର୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ପି.ସିନାବାତ୍ରା ଏଭଳି ଘଟଣାକୁ ନେଇ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ ଲାଗି ପରିବହନ ମନ୍ତ୍ରୀଙ୍କୁ ପଠାଇଥିଲେ ପ୍ରଧାନମନ୍ତ୍ରୀ। ଗୃହ ମନ୍ତ୍ରୀ ଅନୁନୀତ ଚନ୍ନବିରାକୁଲ କହିଛନ୍ତି, ସୁରକ୍ଷାକର୍ମୀ ରେସକ୍ୟୁ ଅପରେସନ ଲାଗି ପହଞ୍ଚିଥିଲେ ସୁଦ୍ଧା ନିଆଁ ଲାଗି ବସ ଭିତର ଏତେ ଗରମ ଥିଲା କି, ଭିତରକୁ ଯିବା ମୁସ୍କିଲ ଥିଲା। ସେଥିଲାଗି ଘଟଣାର ଅନେକ ସମୟ ପରେ ବି ଶବଗୁଡ଼ିକୁ ବସରୁ ବାହାର କରାହୋଇପାରିଲାନି। ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି।

ଛାତ୍ରଛାତ୍ରୀ ଉଥାଇ ଥାନିରୁ ୨୫୦ କିଲୋମିଟର ଦୂରରୁ ଫିଲ୍ଡ ଟ୍ରିପରୁ ଫେରୁଥିଲେ। ଘରକୁ ଫେରିବା ବାଟରେ ହିଁ ବସ୍ ନିଆଁ ନେଇଗଲା ଜୀବନ। ମୃତକଙ୍କୁ କ୍ଷତିପୂରଣ ଓ ଆହତଙ୍କୁ ମାଗଣା ଚିକିତ୍ସା ଦେବାକୁ ଘୋଷଣା କରିଛନ୍ତି ସରକାର

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *