ଟ୍ରକ୍ ଓ କାର୍ ମୁହାଁମୁହିଁ ଧକ୍କା ;୬ ମୃତ ,୭ ଗୁରୁତର

ଛତିଶଗଡ଼ରେ ବାଲେଦ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଏବଂ କାର୍ ମୁହାଁମୁହିଁ ଧକ୍କା ହେବା ହୋଇଛି । ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ରେସକ୍ୟୁ ଟିମ୍ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ସମୟରେ କାର୍‌ରେ ପ୍ରାୟ ୧୩ ଜଣ ଯାତ୍ରା କରୁଥିଲେ । ୬ଜଣ ମୃତକଙ୍କ ମଧ୍ୟରେ ୪ଜଣ ମହିଳା, ଜଣେ ପୁରୁଷ ଏବଂ ଜଣେ ଛୋଟ ପିଲା ଥିବା ଜଣାପଡ଼ିଛି । 

ତେବେ ଏହି ଦୁର୍ଘଟଣା ଛତିଶଗଡ଼ର ଭାନୁପ୍ରତାପପୁର-ଦିଲ୍ଲୀ ରାଦହରା ଜାତୀୟ ରାଜପଥ ଡୋଣ୍ଡି ଥାନା ଅନ୍ତର୍ଗତ ଚୌରହାପଡାବ ନିଟକରେ ହୋଇଛି । ଏକ ପରିବାରିକ କାର୍ଯ୍ୟକ୍ରମରୁ ନିଜ ଗାଁ ଗୁରେଦା ଫେରୁଥିବା ବେଳେ କାର୍‌ଟି ଟ୍ରକରୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍‌ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ କାର୍ ଭିତରେ ଥିବା ଯାତ୍ରୀମାନେ ଫସି ଯାଇଥିଲା । ପୋଲିସ, ରେସକ୍ୟୁ ଟିମ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ବାହାର କରାଯାଇଥିଲା । ଗୁରୁତର ଉଦ୍ଧାର କରି ତୁରନ୍ତ ଡୋଣ୍ଡି ହସ୍ପିଟାଲରେ ଭର୍ତ୍ତି କରିଥିଲେ । 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *