ୟୁପିର ଫତେପୁରରେ ଦୁଇ ମାଲଗାଡ଼ି ଟ୍ରେନ୍ ମୁହାଁମୁହିଁ ଧକ୍କା

ୟୁପିର ଫତେପୁରରେ ଦୁଇ ମାଲଗାଡ଼ି ଟ୍ରେନ୍ ମୁହାଁମୁହିଁ। ଗୋଟିଏ ଟ୍ରାକରେ ପରସ୍ପରକୁ ଏତେ ଜୋରରେ ଧକ୍କା ଦେଲେ ଯେ, ଗୋଟିଏ ମାଲଗାଡ଼ି ଟ୍ରାକରୁ ହଟି ଏହାର ଇଞ୍ଜିନ୍ ଜୋରଦାର କ୍ଷତିଗ୍ରସ୍ତ ହୋଇଥିଲା। ଅନେକ ବଗି ଭାଙ୍ଗି ନଷ୍ଟ ହୋଇଯାଇଛି। ଗାର୍ଡ କୋଚ୍ ଓ ଇଞ୍ଜିନ୍ ଟ୍ରାକ୍‌ରୁ ବାହାରି ଯାଇଥିଲା। ଦୁଇଟି ଟ୍ରେନର ଲୋକୋ ପାଇଲଟ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟବଶତଃ ସେତେବେଳେ ଟ୍ରାକରେ କୌଣସି ଲୋକାଲ ଟ୍ରେନ୍ ନଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ରେଲଓ୍ୱେ ଅଧିକାରୀ ପହଞ୍ଚି ରେସକ୍ୟୁ ଅପରେସନକୁ ଜୋରଦାର ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଫତେପୁର ଜିଲ୍ଲାର ଖାଗା କସବେ ପାଖ ପାଭିଂପୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। କାନପୁର-ଫତେପୁର ମଝିରେ ଅପଲାଇନରେ ଦୁର୍ଘଟଣା ହୋଇଛି। ରେଡ୍ ସିଗନାଲରେ ଗୋଟିଏ ଟ୍ରେନ୍ ଛିଡ଼ା ହୋଇଥିଲା। ପଛପଟୁ ଆସି ଆଉ ଏକ ଟ୍ରେନ୍ ଟକ୍କର ମାରିଥିଲା।

ମଙ୍ଗଳବାର ସକାଳୁ ଡିଏଫସି ଅର୍ଥାତ୍ ଡେଡିକେଟେଡ୍ ଫ୍ରେଟ୍ କରିଡରରେ ଏହି ଦୁର୍ଘଟଣା ହୋଇଥିଲା। ଏହି ଟ୍ରାକରେ କେବଳ ମାଲଗାଡ଼ି ହିଁ ଚାଲେ। ସେଥିଲାଗି ଯାତ୍ରୀବାହି ଟ୍ରେନ୍ ଉପରେ କୌଣସି ପ୍ରଭାବ ପଡ଼ିନି। ଟ୍ରାକକୁ କ୍ଲିଅର୍ କରାଯାଇଥିଲା। ଦୁଇଟି ଯାକ ମାଲଗାଡ଼ିରେ କୋଇଲା ଥିଲା। ଦୁର୍ଘଟଣା ପରେ ଅନେକ ମାଲଗାଡ଼ିର ରୁଟ୍ ପରିବର୍ତ୍ତନ କରାଯାଇଥିଲା। ଅନେକଙ୍କ ରୁଟକୁ ସାମୟିକ ରଦ୍ଦ କରିଦିଆଯାଇଛି। ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି। ପ୍ରାଥମିକ ତଦନ୍ତରୁ ମାନବୀୟ ତୃଟିରୁ ଏହା ହୋଇଛି ବୋଲି ଜଣାପଡ଼ିଛି। ଅର୍ଥାତ୍ ଲୋକୋ ପାଇଲଟଙ୍କ ଭୁଲରୁ ଦୁର୍ଘଟଣା ଘଟିଲା। କୌଣସି ବଡ଼ ଧରଣର ଅବହେଳା ହୋଇନି। ପଛରୁ ଆସୁଥିବା ମାଲଗାଡ଼ି ରେଡ୍ ସିଗନାଲରେ ରୋକିବା କଥା। କିନ୍ତୁ ପାଇଲଟ ଗାଡ଼ି ରୋକିଲେନି। ରେଡ୍ ସିଗନାଲକୁ ହୁଏତ ଦେଖିପାରିନଥିବେ ଅବା ବୁଝିପାରିନଥିବେ।

କାହା ଅବହେଳାରୁ ଏଭଳି ଦୁର୍ଘଟଣା ଘଟିଲା, ତଦନ୍ତ ପରେ ସ୍ପଷ୍ଟ ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *