Black Sea Inferno : ତେଲ ଟାଙ୍କରରେ ନିଆଁ, ଅଳ୍ପକେ ବର୍ତ୍ତିଲେ ୨୩ ଭାରତୀୟ
ରୁଷର ବ୍ଲାକ ସି ଉପକୂଳରେ ଏକ ଆକ୍ରମଣ ପରେ ଲାଇବେରିଆର ପତାକା ଲାଗିଥିବା ଏକ ତେଲ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା | ଏହାପରେ ଟ୍ୟାଙ୍କରରେ ଥିବା ୨୩ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଉଛି | ଏହି ଘଟଣାରେ କେହି ଆହତ ହୋଇନଥିବା କୁହାଯାଇଛି |

ରୁଷର ବ୍ଲାକ ସି ଏକ ମାନବବିହୀନ ଜାହାଜର ଆକ୍ରମଣ ପରେ ଲାଇବେରିଆର ପତାକା ଲାଗିଥିବା ' ଏଫ୍ରାମାକ୍ସ ରିଓ ' ଟ୍ୟାଙ୍କର ରେ ନିଆଁ ଲାଗିଯାଇଥିଲା | ଏହାପରେ ଏକ ଜରୁରୀକାଳୀନ ଉଦ୍ଧାର ଅଭିଯାନ ଚଳାଯାଇଥିଲା , ଯେଉଁଥିରେ ଟ୍ୟାଙ୍କରରେ ଥିବା ସମସ୍ତ ୨୩ ଜଣ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା | ଏହି ସୂଚନା ରୁଷର ଟ୍ରାନ୍ସପୋର୍ଟ ମିନିଷ୍ଟର ଦେଇଛନ୍ତି |
ମିନିଷ୍ଟର ଟେଲିଗ୍ରାମରେ ପୋଷ୍ଟ କରି କହିଛନ୍ତି କ୍ରୁ ସମସ୍ତ ସଦସ୍ୟ ଭାରତୀୟ ନାଗରିକ ଥିଲେ | ଏଥିରେ କେହି ଆହତ ହୋଇନଥିବା କୁହାଯାଇଛି | ସୋସିଆଲ ମିଡ଼ିଆରେ ଗତକାଲି ଜାରି ହୋଇଥିବା ଭିଡ଼ିଓରେ ବ୍ଲାକ ସିରେ ଏକ ଜାହାଜରେ ନିଆଁ ଲାଗିଥିବା ଏବଂ କଳା କଳା ଘନ ଧୁଆଁ ର ଆସ୍ତରଣ ଉଠିଥିବାର ଦେଖିବାକୁ ମିଳିଥିଲା | ମିନିଷ୍ଟର କହିଛନ୍ତି ଯେ ,ନିଆଁର ତ୍ରୀବ୍ରତା କମିବା ପରେ ଅଗ୍ନିଶମ ବାହିନୀ ପାଖରେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରିବା ପାଇଁ ପର୍ଯ୍ୟାପ୍ତ ସାଧନ ଓ ସମ୍ବଳ ଉପଲବ୍ଧ ଥିଲା | ରୁଷର ଦକ୍ଷିଣ କ୍ରାସ୍ନୋଡାର ଅଞ୍ଚଳରେ ସ୍ଥିତ ସିରିୟସର ସ୍ଥନୀୟ ଅଧିକାରୀ ପ୍ରଥମେ ଟ୍ୟାଙ୍କର ନିଆଁ ଲାଗିବାର ସୂଚନା ଦେଇଥିଲେ | ଏହାପରେ , ଏମରଜେନ୍ସି ଅପ୍ରେଶନ ଜାରି ରହିବା ଦ୍ୱାରା ଅଧିକାରିମାନେ ସମୁଦ୍ରତଟକୁ ସ୍ଥାନୀୟ ଲୋକଙ୍କ ପାଇଁ ବନ୍ଦ କରି ଦେଇଛନ୍ତି | ଏହି ମଧ୍ୟରେ ଗୋଟିଏ ସୂଚନା ସାମ୍ନାକୁ ଆସିଥିଲା, ଯେଉଁଥିରେ କୁହାଯାଇଥିଲା କି ବ୍ଲାକ ସିରେ ରୁଷି ଡ୍ରୋନ୍ ଏକ କାର୍ଗୋ ସିପ୍ କୁ ଲକ୍ଷ୍ୟ ସାଧିଥିଲା , ଯେଉଁଥିରେ କ୍ରୁ ସଦସ୍ୟଙ୍କ ମଧ୍ୟରେ ତିନିଜଣ ଭାରତୀୟ ନାଗରିକ ମଧ୍ୟ ସାମିଲ ଥିଲେ |
ଏହି ଆକ୍ରମଣରେ ସିପ୍ ର କ୍ୟାପଟେନ ଙ୍କ ମୃତ୍ୟୁ ହୋଇଥିଲା ଯେବେକି ଜଣେ ଭାରତୀୟ କ୍ରୁ ସଦସ୍ୟ ଆହାତ ହୋଇଥିଲେ | ସେହିପରି , ରୋମାନିଆ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଜଣାପଡିଥିଲା ଯେ ,ତିନିଜଣ ଭାରତୀୟ ନାଗରିକ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି | ଆକ୍ରମଣ ପରେ କାର୍ଗୋ ଜାହାଜ 'ଏମଭି ରୋୟାଦ ମମୋଦୋଭ ' ରେ ଭୟଙ୍କର ନିଆଁ ଲାଗିଥିଲା ଏବଂ ପରେ ଏହା ବୁଡିଯାଇଥିଲା |
