5hr Parole For Mother Last rites:ମାଆଙ୍କ ଶେଷକୃତ୍ୟ ଲାଗି ଚିନ୍ମୟଙ୍କୁ ୫ ଘଣ୍ଟାର ପାରୋଲ
ବାରମ୍ୱାର ଜାମିନ୍ ଖାରଜ ହେବା, ପୁଅର ଜେଲରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା କାରଣରୁ ମାଆ ଭିତରେ ଭିତରେ ଭାଙ୍ଗିସାରିଥିଲେ। ମାଆଙ୍କ ପରଲୋକ ପରେ ତାଙ୍କ ଶେଷକୃତ୍ୟରେ ସାମିଲ ହେବାକୁ ୫ ଘଣ୍ଟାର ପାରୋଲ ଅନୁମତି ଦେଇଥିଲା ଜେଲ୍ ପ୍ରଶାସନ।

ପୁଅକୁ ଅପେକ୍ଷା କରି କରି ମରିଗଲେ ମାଆ। ବାଂଲାଦେଶରେ ଅମାନବୀୟତାର ସୀମା ଟପିଲା। ବାଂଲାଦେଶରେ ହିନ୍ଦୁ ସଂଥ ଚିନ୍ମୟ କୃଷ୍ଣ ଦାସଙ୍କ ୭୧ ବର୍ଷୀୟା ମା ସଂଧ୍ୟାରାଣୀଙ୍କ କ୍ୟାନସରରେ ପରଲୋକ ଘଟିଛି। ଜୀବନର ଶେଷ ମୂହୂର୍ତ୍ତରେ ତାଙ୍କର ଏକମାତ୍ର ଇଛା ଥିଲା। ଜେଲରେ ବନ୍ଦୀ ଥିବା ପୁଅକୁ ଦେଖିବେ। ପରିବାର ବି ପ୍ରଶାସନକୁ ସସର୍ତ୍ତ ପାରୋଲର ଗୁହାରି କରିଥିଲେ। କିନ୍ତୁ କଠୋର ନିୟମର ଦ୍ୱାହି ଦେଇ ଜେଲ୍ ପ୍ରଶାସନ ଅପିଲ ଖାରଜ କରିଦେଲା। ମା ନିଜ ପୁଅର ଚେହେରାକୁ ନ ଦେଖି ଏ ଦୁନିଆରୁ ଚିରଦିନ ଲାଗି ବିଦାୟ ନେଇଗଲେ। ଗୁରୁବାର ସକାଳେ ଚଟଗାଁଓର ଶ୍ରୀ ଶ୍ରୀ ପୁଣ୍ଡରିକ ଧାମ ଆଶ୍ରମରେ ସଂଧ୍ୟା ଶେଷନିଃଶ୍ୱାସ ତ୍ୟାଗ କଲେ। ପୁଅ ଚିନ୍ମୟଙ୍କ ଗିରଫଦାରି ପରେ ମାନସିକ ରୂପରେ ପୁରା ଭାଙ୍ଗିଯାଇଥିଲେ ସଂଧ୍ୟାରାଣୀ। ହସ୍ପିଟାଲ ବଦଳରେ ନିଜ ପୁଅ ଆଶ୍ରମରେ ଶେଷ ସମୟ କଟାଇବାକୁ ଚାହୁଁଥିଲେ। ଚିନ୍ମୟଙ୍କ ଭାଇ ଅଞ୍ଜନ କୁମାର ଧର କହିଛନ୍ତି, ଜୀବିତ ଅବସ୍ଥାରେ ଭାଇକୁ ଦେଖିପାରିଲେନି ମାଆ। ବାରମ୍ୱାର ଜାମିନ୍ ଖାରଜ ହେବା, ପୁଅର ଜେଲରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା କାରଣରୁ ମାଆ ଭିତରେ ଭିତରେ ଭାଙ୍ଗିସାରିଥିଲେ। ମାଆଙ୍କ ପରଲୋକ ପରେ ତାଙ୍କ ଶେଷକୃତ୍ୟରେ ସାମିଲ ହେବାକୁ ୫ ଘଣ୍ଟାର ପାରୋଲ ଅନୁମତି ଦେଇଥିଲା ଜେଲ୍ ପ୍ରଶାସନ। ବାଂଲାଦେଶ ସମ୍ମିଳିତ ସନାତନ ଜାଗରଣ ଜୋତର ପ୍ରବକ୍ତା ଚିନ୍ମୟଙ୍କୁ ନଭେମ୍ୱର ୨୫,୨୦୨୪ରେ ଢାକାରୁ ଗିରଫ କରାଯାଇଥିଲା। ରାଜଦ୍ରୋହ ଓ ରାଷ୍ଟ୍ରୀୟ ଧ୍ୱଜାକୁ ଅପମାନ ମାମଲାରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡ ହୋଇଛି। ହତ୍ୟା ସମେତ ମୋଟ୍ ୬ଟି ଅପରାଧିକ ମାମଲା ତାଙ୍କ ଉପରେ ଚାଲିଛି। ଦୁଇଟି ମାମଲାରେ ଜାମିନ୍ ମିଳିବା ସତ୍ତ୍ୱେ ଆଉ ଦୁଇଟି ମାମଲାରେ ସେ ଜେଲରେ ଅଛନ୍ତି।
