Defamation notice to Aaditya Thackeray:ଦିଶା ସାଲିଆନ୍ ମୃତ୍ୟୁ ମାମଲାରେ ନୂଆ ମୋଡ : ଆଦିତ୍ୟ ଠାକରେଙ୍କୁ ୫୦୦ କୋଟିର ମାନହାନି ନୋଟିସ୍
ଦିଶାଙ୍କୁ କେବେ ଭେଟି ନଥିବା ବେଳେ ଗତ ଛଅ ବର୍ଷହେଲା ତାଙ୍କ ଚରିତ୍ର ସଂହାର ପାଇଁ ରାଜନୈତିକ ଉଦ୍ଦେଶ୍ୟରଖି ଏଭଳି ଅଭିଯୋଗ କରାଯାଉଥିବା କହିଛନ୍ତି ଠାକରେ।
ମୁମ୍ବାଇ:ଦିବଂଗତ ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ଏବଂ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଅସୁବିଧା ବୃଦ୍ଧି ପାଇଛି। ଦିଶାଙ୍କ ପିତା ସତୀଶ ସାଲିଆନ୍ ନିଜ ଝିଅ ର ମୃତ୍ୟୁ ସମ୍ବନ୍ଧରେ ଦିଆଯାଇଥିବା ବୟାନ କୁ ନେଇ ଉଭୟ ନେତାଙ୍କୁ ୫୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଛନ୍ତି। ଏହି ଆଇନଗତ ନୋଟିସରେ ଉଭୟ ନେତାଙ୍କୁ ୭ ଦିନ ମଧ୍ୟରେ କ୍ଷମା ପ୍ରାର୍ଥନା କରିବା ସହ ନିଜର ବକ୍ତବ୍ୟ ପ୍ରତ୍ୟାହାର କରିବାକୁ ଓ ୫୦୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରାଯାଇଛି। ଅନ୍ୟପଟେ,ଏହି ପଦକ୍ଷେପ ଆଦିତ୍ୟ ଠାକରେଙ୍କର ସୋସିଆଲ ମିଡ଼ିଆରେ ନିଜ ପକ୍ଷ ରଖି ଦିଶାଙ୍କୁ କେବେ ଭେଟି ନଥିବା ମନ୍ତବ୍ୟ ଦେବାପରେ ନିଆଯାଇଛି | ଗତ ଛଅ ବର୍ଷହେଲା ତାଙ୍କ ଚରିତ୍ର ସଂହାର ପାଇଁ ରାଜନୈତିକ ଉଦ୍ଦେଶ୍ୟରଖି ଏଭଳି ଅଭିଯୋଗ କରାଯାଉଥିବା କହିଛନ୍ତି ଠାକରେ। ସେ ମିଡ଼ିଆ ଟ୍ରାଏଲ ବନ୍ଦକରି ବିନା କୌଣସି ରାଜନୈତିକ ହସ୍ତକ୍ଷେପ ରେ ତଦନ୍ତ କରିବାପାଇଁ ଯାଞ୍ଚ ଏଜେନ୍ସିଙ୍କୁ ଅନୁରୋଧ କରିଛନ୍ତି | ଉଲ୍ଲେଖଯୋଗ୍ୟ ଯେ ବମ୍ବେ ହାଇ କୋର୍ଟ ର ନିର୍ଦ୍ଦେଶ ପରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ 14 ସେପ୍ଟେମ୍ବର ରେ ଏହିମାମଲାରେ ନୂଆ FIR ରୁଜୁ କରି ଗଭୀର ତଦନ୍ତ ଆରମ୍ଭ କରିଛି | ସତୀଶ ସାଲିଆନଙ୍କ ଓକିଲ ନୀଲେଶ ଓଝା ଙ୍କ ଅନୁଯାୟୀ , ସିବିଆଇ ଏହି ମାମଲାରେ ଏଫଆଇଆର୍ ରୁଜୁ କରି ଆଦିତ୍ୟ ଠାକରେ, ରିୟା ଚକ୍ରବର୍ତ୍ତୀ, ଡିନୋ ମୋରିଆ ଓ ପାରମ୍ବୀର ସିଂହଙ୍କ ସମେତ ଅନ୍ୟମାନଙ୍କ ନାମ ସାମିଲ କରି ତଦନ୍ତ ଜାରି ରଖିଛି।
