Delhi NCR Uttarakhand Earthquake : ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଏଁ ଥରିଲା ଭୂମି
ଗତକାଲି ରାତିରେ ଦିଲ୍ଲୀ-NCR ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ଭୂକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଥିଲା। ଦିଲ୍ଲୀ, ନୋଏଡା, ଗାଜିୟାବାଦ ଓ ମେରଠରେ ଲୋକମାନେ ଭୟରେ ଘରୁ ବାହାରି ଆସିଥିଲେ। ଉତ୍ତରାଖଣ୍ଡ ସମେତ ହିମାଚଳ ପ୍ରଦେଶ, ପଞ୍ଜାବ ଓ ପଶ୍ଚିମ ଉତ୍ତରପ୍ରଦେଶରେ ମଧ୍ୟ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର ଝଟକା ପ୍ରାୟ ୩୦ ସେକେଣ୍ଡ ଧରି ଅନୁଭୂତ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା।

ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ-NCR ସମେତ ଅନେକ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା | ଏହି ଭୂକମ୍ପରେ ଦିଲ୍ଲୀ ସହ ଉତ୍ତରାଖଣ୍ଡର ସମସ୍ତ ଜିଲ୍ଲା ଥରି ଉଠିଥିଲା | ଭୂକମ୍ପର କେନ୍ଦ୍ର ଉତ୍ତରାଖଣ୍ଡର ଚାମଳୀ ଅଞ୍ଚଳରେ ଥିବା ଜଣାପଡିଛି | ପଡୋଶୀ ରାଜ୍ୟ ହିମାଚଳ ପ୍ରଦେଶ ,ପଞ୍ଜାବ ଓ ହରିୟାଣା ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା | ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର(NCS) ଅନୁଯାୟୀ , ରାତି ୧୦.୨୩ ମିନିଟରେ ଉତ୍ତରାଖଣ୍ଡର ଉତ୍ତରକାଶିରେ ୪.୯ ତ୍ରୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଛି |
ଭୂକମ୍ପକୁ ନେଇ ମିଳିଥିବା ସୂଚନା ଅନୁସାରେ ,ଭୂକମ୍ପର କେନ୍ଦ୍ର ଖଡୁନ ଲଗା ଗ୍ଵାଲିଠାରୁ ପ୍ରାୟ ୨୨ କିଲୋମିଟର ଦୂରରେ ଥିବା କୁହାଯାଉଛି | ଏହା ବ୍ୟତୀତ ଉତ୍ତରାଖଣ୍ଡର ଉତ୍ତରାକାଶିରେ ୪.୪ ତ୍ରୀବ୍ରତାର ଭୂକମ୍ପ ରେକର୍ଡ ହୋଇଛି | ଉତ୍ତରାଖଣ୍ଡର ସମସ୍ତ ଜିଲ୍ଲା ବ୍ୟତୀତ ହିମାଚଳ ପ୍ରଦେଶ ଓ ପଞ୍ଜାବ ସମେତ ଉତ୍ତର ଭାରତ ଅନେକ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା | ଦିଲ୍ଲୀ-NCR ,ଯେଉଁଥିରେ ଦିଲ୍ଲୀ ,ନୋଏଡା ଓ ଗାଜିୟାଵାଦ ସାମିଲ ଅଛି , ସେଠାରେ ରାତି ୧୦.୩୦ମିନିଟରେ ତ୍ରୀବ୍ର ଝଟକା ଅନୂଭତ ହୋଇଛି | ହଠାତ ଆସିଥିବା ଭୂମିକମ୍ପ ଝଟକାରେ ଲୋକମାନେ ଭୟଭୀତ ହୋଇପଡିଥିଲେ ଏବଂ ଅନେକ ଲୋକ ନିଜ ଘରୁ ବାହାରି ରାସ୍ତା ଉପରକୁ ଆସିଯାଇଥିଲେ | କିଛି ସମୟ ପର୍ଯ୍ୟନ୍ତ ହଇଚଇ ବାତାବରଣ ସୃଷ୍ଟି ହୋଇଥିଲା , କିନ୍ତୁ କିଛି ସମୟ ପରେ ସ୍ଥିତି ସାମାନ୍ୟ ହୋଇଯାଇଥିଲା |
ପଶ୍ଚିମ ଉତ୍ତରପ୍ରଦେଶରେ ଅନେକ ଜିଲ୍ଲାରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା | ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ତାନରେ ଥିଲା ଓ ଏହାର ତ୍ରୀବ୍ରତା ରିକ୍ଟର ସ୍କେଲରେ ୬.୧ ମପା ଯାଇଥିଲା | ଗାଜିୟାଵାଦ ,ନୋଏଡା ଓ ମେରଠ ଭଳି ଅଞ୍ଚଳରେ ହାଉସିଂଗ ସୋସାଇଟିରେ ରହୁଥିଲା ଲୋକ ନିଜ ନିଜ ଘରୁ ବାହାରକୁ ଆସିଯାଇଥିଲେ | ସୂଚନା ଅନୁସାରେ ,ଭୂକମ୍ପର ଝଟକା ପାଖାପାଖି ୩୦ ସେକେଣ୍ଡ ଯାଏଁ ଅନୁଭୂତ ହୋଇଛି ,ଯେଉଁଥିରେ ଲୋକଙ୍କ ମଧ୍ୟରେ ଭୟ ମାହୋଲ ଖେଳିଯାଇଥିଲା | ବଡ ବଡ଼ ଘରେ ରହୁଥିବା ଲୋକ ଅଧିକାଂଶ ଚିନ୍ତିତ ଥିବାର ଦେଖାଯାଇଥିଲା | ଏବଂ ସେ ତୁରନ୍ତ ନିଜ ଘରୁ ବାହାରି ଆସିଥିଲେ | ଭୂକମ୍ପ ଅଧିକ ସମୟ ରହିଲା ନାହିଁ , କିନ୍ତୁ ଝଟକାରେ ଡରର ବାତାବରଣ ହୋଇଯାଇଥିଲା |
ନୋଏଡା ଓ ଦିଲ୍ଲୀ-NCR ଅଞ୍ଚଳ ଭୂମିକମ୍ପ ପ୍ରବଣ ଅଞ୍ଚଳରେ ମଧ୍ୟରେ ଆସେ | ଦିଲ୍ଲୀ ଭୁମିକମ୍ପୟ ଜୋନ୍-୪ ରେ ଅବସ୍ଥିତ,ଯାହାକୁ ଭୂମିକମ୍ପ ଦୃଷ୍ଟିରୁ ଉଚ୍ଚ ବିପଦପ୍ରବଣ ଅଞ୍ଚଳ ଭାବେ ବିବେଚନା କରାଯାଏ |
