DJ Electric Shock:ଗଣେସ ଭସାଣି ବେଳେ ଅଘଟଣ- ଡିଜେ ପାଇଁ ଜୀବନ ଗଲା!
ବିରାଜପେଟ ଓ କୋଡାଗୁ ଜିଲ୍ଲା ପ୍ରଶାସନ ଦ୍ୱାରା ପର୍ବପର୍ବାଣୀ ସମୟରେ ଡିଜେ ସାଉଣ୍ଡ ନିୟମ ଓ ସୁରକ୍ଷା ମାନର ଉଲ୍ଲଂଘନକୁ ନେଇ ପୂର୍ବରୁ ଚେତାବନୀ ଦିଆଯାଇଥିଲା। ଭସାଣି ବେଳେ ଡିଜେରେ ବସିଥିବା ୫ ଜଣଙ୍କୁ ଲାଗିଥିଲା ବିଦ୍ୟୁତ ଆଘାତ। ସେପଟେ ମଧ୍ୟପ୍ରଦେଶର ବୈତୁଲରେ ଡିଜେର ଜୋର ଶବ୍ଦରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି!

ଗଣେଶ ଭସାଣି ବେଳେ ଡିଜେ ଗାଡ଼ିରେ ଲାଗିଗଲା କରେଣ୍ଟ। ଏଥିରେ ୫ ଜଣ ଆହତ ହୋଇଥିଲା ବେଳେ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଶୁକ୍ରବାର ରାତିରେ ବିରାଜପେଟରେ ଏଭଳି ଅଘଟଣ ଘଟିଛି। ୨ ଗୁରୁତରଙ୍କୁ ମହୀଶୁରସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ୩ ଆହତଙ୍କୁ ମାଡିକେରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭସାଣା ବେଳେ ଡିଜେରେ ବସିଥିବା ୫ ଜଣଙ୍କୁ ଲାଗିଥିଲା ବିଦ୍ୟୁତ ଆଘାତ। ଉପରେ ଯାଇଥିବା ତାର ସହ ଅଚାନକ ଡିଜେ ଗାଡ଼ି ଲାଗିଯାଇଥିଲା। ଏଥିରେ ୫ଜଣ ଅଚେତ ହୋଇପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା। ଜଣଙ୍କ ପୋଷାକରେ ନିଆଁ ବି ଲାଗିଯାଇଥିଲା। ୨ ଜଣ ଅଚେତ ହୋଇ ଘଟଣାସ୍ଥଳରେ ପଡ଼ିଗଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ବିରାଜପେଟ ବିଧାୟକ ଏ.ଏସ.ପୁନା ହସ୍ପିଟାଲ ଯାଇ ଅସୁସ୍ଥଙ୍କୁ ଭେଟିଥିଲେ। ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ବିରାଜପେଟ ଓ କୋଡାଗୁ ଜିଲ୍ଲା ପ୍ରଶାସନ ଦ୍ୱାରା ପର୍ବପର୍ବାଣୀ ସମୟରେ ଡିଜେ ସାଉଣ୍ଡ ନିୟମ ଓ ସୁରକ୍ଷା ମାନର ଉଲ୍ଲଂଘନକୁ ନେଇ ପୂର୍ବରୁ ଚେତାବନୀ ଦିଆଯାଇଥିଲା। ସେପଟେ ମଧ୍ୟପ୍ରଦେଶର ବୈତୁଲରେ ଡିଜେର ଜୋର ଶବ୍ଦରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଗଣେଶ ଭସାଣି ବେଳେ ଅଚାନକ ଚକ୍କର ଖାଇ ତଳେ ପଡ଼ିଯାଇଥିଲେ। ଜେଏଚ କଲେଜ ବିସର୍ଜନ ବେଳେ ୧୯ ବର୍ଷୀୟ ବିଏସସି ଛାତ୍ରୀ ପ୍ରତୀକ୍ଷା ବର୍ମାଙ୍କ ଅଚାନକ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯାଇଥିଲା। ଆଉ ତାଙ୍କର ମୃତ୍ୟୁ ହୋଇଛି। ଡିଜେ ସାଉଣ୍ଡରୁ ଝିଅର ମୃତ୍ୟୁ ହେଲା ବୋଲି ପରିବାର ଲୋକେ ଅଭିଯୋଗ କରିଥିଲା ବେଳେ ପୁଲିସ କହିଛି, ହୃଦଘାତରୁ ଝିଅଟିର ମୃତ୍ୟୁ ହୋଇଛି। ପ୍ରତୀକ୍ଷା ନିଜ ସାଙ୍ଗଙ୍କ ସହ କଲେଜ ପରିସରରେ ଥିବା ଗଣେଶ ମୂର୍ତ୍ତି ଦର୍ଶନ କରିବାକୁ ଯାଇଥିଲେ। ଦର୍ଶନ ବେଳେ ଭସାଣି କାର୍ଯ୍ୟକ୍ରମ ଚାଲିଥିଲା। ଆଉ ଉଚ୍ଚସ୍ୱରରେ ଡିଜେ ବାଜୁଥିଲା। ପରିବାର ଲୋକଙ୍କ କହିବା ଅନୁସାରେ, ପ୍ରତୀକ୍ଷା ଭଲ ପାଠ ପଢ଼ୁଥିଲେ। ଜନ୍ମରୁ ହୃଦୟରେ ହୋଲ୍ ଥିଲା। ସେଥିଲାଗି ତାଙ୍କର ଚିକିତ୍ସା ଚାଲିଥିଲା। ହେଲେ ଗଲା ୫ ବର୍ଷ ହେଲା ସେ ପୁରା ସୁସ୍ଥ ଥିଲେ। ଏହି ୫ ବର୍ଷ ଭିତରେ ନା ତାଙ୍କୁ କେବେ ଚକ୍କର ଆସିଥିଲା ନା କୌଣସି ଛାନିଆ ହେବାର ସଙ୍କେତ ଦିଶିଥିଲା। ଘଟଣା ଦିନ ସକାଳ ତାଙ୍କ କଲୋନୀରେ ଚାଲିଥିବା ଗଣେଶ ବିସର୍ଜନ ବେଳେ ବି ସେ ନାଚିଥିଲେ।
