Domestic flight fares:ଗ୍ୱାଲିୟର ଛାଡ଼, ଦୁବାଇ ଚାଲ! ଆକାଶଛୁଆଁ ଘରୋଇ ଫ୍ଲାଇଟ୍ ଭଡ଼ା
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫ୍ଲାଇଟ୍ ଟିକେଟ୍ର ଏକ ମଜାଦାର ଫଟୋ। ବାଙ୍ଗାଲୋରରୁ ଗ୍ୱାଲିୟର ଭଡ଼ା ଦେଖି ୟୁଜର୍ସ କହିଲେ, ଏବେ ତ ସାରା ଭାରତ ବିଦେଶରେ ହିଁ ଛୁଟି କାଟିବ!
ଇଣ୍ଟରନେଟ ଦୁନିଆରେ ପ୍ରତିଦିନ କିଛି ନା କିଛି ଭାଇରାଲ ଟ୍ରେଣ୍ଡ୍ ଦେଖିବାକୁ ମିଳେ। X ରେ ଜଣେ ଯାତ୍ରୀ ବାଙ୍ଗାଲୋରରୁ ଗ୍ୱାଲିୟର ପାଇଁ ୧୨,୭୮୫ ଟଙ୍କାର ଫ୍ଲାଇଟ୍ ଟିକେଟ୍ ସ୍କ୍ରିନସଟ୍ ସେୟାର କରିଛନ୍ତି। ଏହା ସହିତ ସେ ଲେଖିଛନ୍ତି ଯେ, ଏତିକି ଟଙ୍କାରେ ତ ଆରାମରେ ବାଙ୍ଗାଲୋରରୁ ଦୁବାଇ ଯାଇହେବ! ଏହାକୁ ଦେଖି ନେଟିଜେନ୍ସମାନେ କହିଛନ୍ତି ଯେ, ଭାରତୀୟ ଏୟାରଲାଇନ୍ସ ଗୁଡ଼ିକ ପ୍ରକୃତରେ ଭାରତୀୟ ମାନଙ୍କୁ ଆନ୍ତର୍ଜାତୀୟ ଟୁରିଜିମ୍ ପାଇଁ ଉତ୍ସାହିତ କରୁଛନ୍ତି! ଜଣେ ୟୁଜର ମଜାଳିଆ ଢଙ୍ଗରେ ଲେଖିଛନ୍ତି, "ସେମାନେ ଚାହୁଁଛନ୍ତି ଆପଣ ଗ୍ୱାଲିୟର କିମ୍ବା ଗୁଆହାଟୀ ନଯାଇ ସିଧା ଦୁବାଇ ବୁଲିବାକୁ ଯାଆନ୍ତୁ।"ତେବେ ଏହି ପ୍ରସଙ୍ଗରେ କିଛି ୟୁଜର ବିମାନ ଭଡ଼ାର ଏହି ପାର୍ଥକ୍ୟ ପଛର ବୈଷୟିକ କାରଣକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ଘରୋଇ ବିମାନବନ୍ଦର ଶୁଳ୍କ ଏବଂ ଇନ୍ଧନ ଖର୍ଚ୍ଚ ଏହାର ମୁଖ୍ୟ କାରଣ। ଗଲ୍ଫ ଦେଶ ଏବଂ ମାଲେସିଆ ଭଳି ସ୍ଥାନରେ ଇନ୍ଧନ ମୂଲ୍ୟ କମ୍ ଥିବାରୁ ଏୟାର ଏସିଆ କିମ୍ବା ଇଣ୍ଡିଗୋ ଭଳି ବଜେଟ୍ ଏୟାରଲାଇନ୍ସ ଗୁଡ଼ିକ ଗ୍ରାହକଙ୍କୁ ଆନ୍ତର୍ଜାତୀୟ ରୁଟ୍ରେ ଆକର୍ଷଣୀୟ ଭଡ଼ା ଅଫର କରିଥାନ୍ତି।
ଏହି ଭାଇରାଲ ପୋଷ୍ଟ ଉପରେ କମେଣ୍ଟ ଆଉ ମିମ ର ବର୍ଷା ହେବାରେ ଲାଗିଛି | ଜଣେ ୟୁଜର ଏକ ମଜାଦାର ଲାଇନ ଲେଖିଛନ୍ତି, "ଆରେ ଭାଇ, ଅବ୍ ସମଝ୍ ଆୟା, ସେଥିପାଇଁ ଲୋକମାନେ ହନିମୁନ୍ ପାଇଁ ବିଦେଶ ଯିବାକୁ ପସନ୍ଦ କରୁଛନ୍ତି।" କିଛି ଲୋକ ଏହାକୁ ଏକ କ୍ରିଟିସିଜମ୍ ଭାବେ ନେଉଥିବା ବେଳେ , କିଛି ଲୋକ ବିଦେଶ ବୁଲିବାର ଏକ ବଡ଼ ସୁଯୋଗ ଏବଂ ଟ୍ରେଣ୍ଡ୍ ଭାବେ ଦେଖୁଛନ୍ତି | ଯାତ୍ରୀମାନେ ଏହି ଦର ତୁଳନାକୁ ନେଇ ନିଜ ନିଜର ଅନୁଭୂତି ସେୟାର କରୁଛନ୍ତି, ଯାହା ଏବେ ଚର୍ଚ୍ଚାର ନୂଆ ପାଲଟିଛି |
