Ghasipura Elephant Attack:ଗାଁ ନିକଟରେ ହାତୀ ଆତଙ୍କ, ନାବାଳକ ଗୁରୁତର
ଘସିପୁରା ବ୍ଲକ ଗୋହିରାବଣି ଗାଁ ନିକଟ ବୈତରଣୀ ନଦୀକୁ ଯାଉଥିବା ବେଳେ ହାତୀ ଆକ୍ରମଣରେ ୧୩ ବର୍ଷୀୟ ନାବାଳକ ଗୁରୁତର ଆହତ। ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି, ଘଟଣାସ୍ଥଳରେ ବନ ବିଭାଗର ନଜର ।
S
By Swarna Prava GiriPublished: Sep 24, 2026, 02:32 PM •1 min read •8 Views
ଗାଁ ନିକଟରେ ହାତୀ ଆତଙ୍କ, ନାବାଳକ ଗୁରୁତର | ହାତୀ ଆକ୍ରମଣରେ ଜଣେ ୧୩ ବର୍ଷୀୟ ନାବାଳକ ଗୁରୁତର ଆହତ ହୋଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାଟି ଘସିପୁରା ବ୍ଲକ ଅନ୍ତର୍ଗତ ଗୋହିରାବଣି ଗାଁ ନିକଟରେ ଘଟିଛି । ସୂଚନା ଅନୁଯାୟୀ, ଗାଁର ଲକାନ ହେମ୍ବ୍ରମଙ୍କ ୧୩ ବର୍ଷୀୟ ପୁଅ ରାଜଦୀପ ହେମ୍ବ୍ରମ ଆଜି ଗାଁ ନିକଟସ୍ଥ ବୈତରଣୀ ନଦୀକୁ ଗାଧୋଇବା ପାଇଁ ଯାଉଥିଲେ। ଏହି ସମୟରେ ରାସ୍ତାରେ ସେ ଏକ ହାତୀ ତାଙ୍କ ସମ୍ମୁଖରେ ପଡ଼ିଥିଲା । ହାତୀଟି ନାବାଳକଙ୍କୁ ଗୋଡ଼ରେ ଫିଙ୍ଗି ଦେବାରୁ ସେ ଗୁରୁତର ଆହତ ହୋଇଥିଲେ | ଘଟଣା ପରେ ସ୍ଥାନୀୟ ଲୋକେ ରାଜଦୀପଙ୍କୁ ଉଦ୍ଧାର କରି ପ୍ରଥମେ ଘରକୁ ନେଇଥିଲେ | ପରେ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀର ଉପସ୍ଥିତି ଓ ଗତିବିଧି ଉପରେ ନଜର ରଖିଛନ୍ତି ।
Comments0
Leave a Reply
Loading comments...
