Asian Games 2026 : ଏସିଆନ୍ ଗେମ୍ସ ୨୦୨୬:କବାଡ଼ିରେ ଭାରତର ଗୋଲ୍ଡେନ୍ ଡବଲ୍
ଗୋଟିଏ ଦିନରେ ଦୁଇ ଫାଇନାଲ୍, ଦୁଇଟି ସ୍ୱର୍ଣ୍ଣ।ଏସିଆନ୍ ଗେମ୍ସରେ ଇରାନ ବିପକ୍ଷରେ ରୋମାଞ୍ଚକର ଫାଇନାଲ୍ ଜିତିଲା ଭାରତୀୟ କବାଡ଼ି ଟିମ୍ | ଶନିବାର ଭାରତୀୟ ମହିଳା ଓ ପୁରୁଷ କବାଡ଼ି ଦଳ ଇରାନକୁ ହରାଇ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିବା ସହ ଭାରତ ଦିନଟିକୁ କବାଡ଼ିର ‘ଗୋଲ୍ଡେନ୍ ଡବଲ୍’ରେ ପରିଣତ କରିଛି |
ଏସିଆନ୍ ଗେମ୍ସ ୨୦୨୬ରେ କବାଡ଼ି କୋର୍ଟରେ ଭାରତର ‘ଗୋଲ୍ଡେନ୍ ଡବଲ୍’। ଶନିବାର କବାଡି ଫାଇନାଲ୍ରେ ଦୁଇଟି ଭାରତୀୟ କବାଡ଼ି ଦଳ ଆଉ ଉଭୟ ମହିଳା ଓ ପୁରୁଷ କବାଡି ଟିମ୍ ର ସାମ୍ନାରେ ଥିଲା ଇରାନ ଟିମ | ତେବେ ରୋମାଞ୍ଚକର ଭାବେ ଇରାନକୁ ହରାଇ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଦୁଇ ଦଳ। ଦିନର ପ୍ରଥମ ଫାଇନାଲ୍ରେ ଭାରତୀୟ ମହିଳା ଦଳ ଇରାନକୁ ୩୭-୩୪ରେ ପରାସ୍ତ କରିଥିଲା। ମ୍ୟାଚ୍ର ଶେଷ ମୁହୂର୍ତ୍ତରେ ଇରାନ ନିଜର ଯେତେ ଚାଲ ଚାଲିଥିଲେ ବି ଭାରତୀୟ ଡିଫେନ୍ସ ଚାପ ଆଗରେ ହାର ମାନିଥିଲା। ମହିଳା ଦଳର ବିଜୟ ପରେ ପୁରୁଷ ଦଳ ମଧ୍ୟ ଇରାନ ବିପକ୍ଷରେ ଫାଇନାଲ୍ ଖେଳିଥିଲା। ଫାଇନାଲ୍ ଆରମ୍ଭରୁ ହିଁ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ପ୍ରଥମ ୮ ମିନିଟ୍ ପରେ ସ୍କୋର ୫-୫ ଥିଲା। ଭାରତ ୧୨-୯ରେ ଆଗୁଆ ହେବା ପରେ ଇରାନ ପୁଣି ଜୋଶ କୁ ଆସିଥିଲା।ହାଫ୍ଟାଇମ୍ରେ ଇରାନ ୧୮-୧୭ରେ ଆଗୁଆ ଥିଲା। କିନ୍ତୁ ଦ୍ୱିତୀୟାର୍ଦ୍ଧରେ ଭାରତ ଲଗାତାର ଚାପ ବଢ଼ାଇ ୨୯-୨୪ରେ ମ୍ୟାଚ୍ର ନିୟନ୍ତ୍ରଣ ନିଜ ହାତକୁ ନେଇଥିଲା। ଶେଷରେ ୪୦-୩୪ରେ ମ୍ୟାଚ୍ ଜିତି ପୁରୁଷ ଦଳ ମଧ୍ୟ ସ୍ୱର୍ଣ୍ଣ ନିଶ୍ଚିତ କରିଥିଲା। ଏହି ବିଜୟ ସହ ହାଙ୍ଗଝୋଉ ଏସିଆଡ୍ରେ ଜିତିଥିବା ଟାଇଟଲ୍କୁ ଭାରତ ପୁଣି ରକ୍ଷା କରିଛି। ଏସିଆଡ୍ କବାଡ଼ିର ଉଭୟ ବର୍ଗରେ ଭାରତ ନିଜ ଟାଇଟଲ୍ ରକ୍ଷା କରିଛି। ଦୁଇଟି ଫାଇନାଲ୍ରେ ପ୍ରତିପକ୍ଷ ଥିଲା ଇରାନ, ଏବଂ ଦୁଇ ମ୍ୟାଚ୍ରେ ହିଁ ଭାରତ ବିଜୟୀ ହୋଇଛି।ଏହି ସ୍ୱର୍ଣ୍ଣ ଭାରତର ଏସିଆଡ୍ ପଦକ ସଂଖ୍ୟାକୁ ୨୮କୁ ବଢ଼ାଇ ଦେଇଛି ଯେଉଁଥିରେ ମୋଟ୍ ୪ ସ୍ୱର୍ଣ୍ଣ, ୧୧ ରୌପ୍ୟ ଓ ୧୩ କାଂସ୍ୟ ପଦକ ରହିଛି |
