GURUGRAM HIT AND RUN:ଗୁରୁଗ୍ରାମରେ ହିଟ ଆଣ୍ଡ ରନ୍ ମାମଲାରେ ନୂଆ ମୋଡ଼
ସେ ଜାଣିଶୁଣି ମହିଳା ବାଇକରଙ୍କୁ ଟାର୍ଗେଟ କରିଥିଲେ। କାର୍ ଡ୍ରାଇଭର ତାଙ୍କୁ ଧକ୍କା ଦେଇ ଗାଡ଼ି ଅଟକାଇଲେନି। ଯଦି ତାଙ୍କୁ ଧକ୍କା ଦେଇ ଡ୍ରାଇଭରଙ୍କ ଚିନ୍ତା ଥାଆନ୍ତା, ତାହେଲେ ସେ ଗାଡ଼ି ରୋକି ତାଙ୍କୁ ସାହାଯ୍ୟ କରିଥାଆନ୍ତେ

ଗୁରୁଗ୍ରାମରେ ମହିଳା ବାଇକରଙ୍କୁ ହିଟ୍ ଆଣ୍ଡ ରନ୍ ମାମଲାରେ ନୂଆ ମୋଡ଼। ମାମଲାରେ ଯୋଡ଼ିହେଲା ହତ୍ୟା ଉଦ୍ୟମ ଧାରା। ଅଭିଯୁକ୍ତକୁ ଧରିବାକୁ ପୁଲିସ କରୁଛି ତନାଘନା। ସିସିଟିଭି ଫୁଟେଜକୁ ନୀରିକ୍ଷଣ ସହ ଭାଇରାଲ ଭିଡ଼ିଓ ଆଧାରରେ ପୁଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। କ୍ରାଇମବ୍ରାଞ୍ଚର ୩ଟି ଟିମ୍ ଅଭିଯୁକ୍ତକୁ ଧରିବାକୁ ତନାଘନା କରିଛି। ଅଭିଯୁକ୍ତ ଫେରାର ହୋଇଯାଇଛି। ପୀଡ଼ିତା ସିୟାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସିୟା କହିଛନ୍ତି, ସେ ସ୍ପୋର୍ଟସ ବାଇକ ଦ୍ରୁତ ଗତିରେ ବା ଧୀମା ଗତିରେ ଯଦି ଚଳାଉଥିଲେ, ତାହେଲେ ତାଙ୍କ ପିଛା କାହିଁକି କରୁଥିଲା ଯୁବକ। ପୁରା ଭିଡ଼ିଓରେ ସ୍ପଷ୍ଟ ଯେ, କିଏ କାହାକୁ ଉସୁକାଇ ଟକ୍କର ଦେଲା। ସେ ଜାଣିଶୁଣି ମହିଳା ବାଇକରଙ୍କୁ ଟାର୍ଗେଟ କରିଥିଲେ। କାର୍ ଡ୍ରାଇଭର ତାଙ୍କୁ ଧକ୍କା ଦେଇ ଗାଡ଼ି ଅଟକାଇଲେନି। ଯଦି ତାଙ୍କୁ ଧକ୍କା ଦେଇ ଡ୍ରାଇଭରଙ୍କ ଚିନ୍ତା ଥାଆନ୍ତା, ତାହେଲେ ସେ ଗାଡ଼ି ରୋକି ତାଙ୍କୁ ସାହାଯ୍ୟ କରିଥାଆନ୍ତେ। ସିୟାଙ୍କ ବାପା ରୋଶନ ଚୌହ୍ୱାନ ବି କହିଛନ୍ତ, ପୁଲିସ ଏ ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉ। ପୁଲିସ ଦିଲ୍ଲୀ ଆସି ସିୟାଙ୍କ ବୟାନ ନେଉ। ତାଙ୍କ ଝିଅ କଲେଜ ବେଳୁ ହିଁ ବାଇକ ଚଳାଉଛନ୍ତି । ଅଭିଯୁକ୍ତ କଲ୍ୟାଣ ବୈଁସଲାଙ୍କ ବୟାନ ବି ମିଡିଆରେ ଆସିଛି। ଏ ଘଟଣାକୁ ଦୁର୍ଘଟଣା ବୋଲି କହିଛନ୍ତି କଲ୍ୟାଣ। ତାଙ୍କର ଭୁଲ ହୋଇଛି ଓ ସେ ଏଥିଲାଗି ଅନୁତପ୍ତ ବୋଲି ବି କହିଥିଲେ କଲ୍ୟାଣ। କଲ୍ୟାଣ ନିଜକୁ ଅନ୍ତରାଷ୍ଟ୍ରୀୟ କବାଡ଼ି ଖେଳାଳୀ ଓ ଜିମ୍ ସଞ୍ଚାଳକ ବୋଲି କହିଥିଲେ। ସେ କହିଥିଲେ, ୟୁଟର୍ଣ୍ଣ ପାଖରେ ତାଙ୍କ କାର୍ ନିୟନ୍ତ୍ରଣ ହରାଇଥିଲା। ଅଟକିଲେ କାଳେ ବାଇକର ଗ୍ୟାଙ୍ଗ ତାଙ୍କୁ ପିଟିବେ, ସେ ଡରରେ ସେ ପଳାଇଥିଲେ। ରବିବାର ଗୋଲ୍ଫ କୋର୍ସ ରୋଡରେ ଏ ଦୁର୍ଘଟଣା ହୋଇଥିଲା। ବାଇକ ରାଇଡର୍ସ ସିୟା ଅନ୍ୟ ବାଇକର୍ସଙ୍କ ସହ ଅପ୍ରିଲିୟା ଆରଏସ ୪୫୭ ସ୍ପୋର୍ଟସ ବାଇକ୍ ଚଳାଉଥିଲେ। ପୁଲିସ ଏହାକୁ ନେଇ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ କଲ୍ୟାଣଙ୍କ ଓକିଲ କହିଛନ୍ତି, ତାଙ୍କ କ୍ଲାଏଣ୍ଟକୁ ପ୍ରାୟ ୨୫ ରାଇଡର ଓଭରଟେକ୍ ଲାଗି ଉଦ୍ୟମ କରୁଥିଲେ। ସିୟା ୧୪୦ରୁ ୧୭୦ କିଲୋମିଟର ବେଗରେ ଗାଡ଼ି ଚଳାଉଥିଲେ। ତାଙ୍କ କାର ଆଡ଼କୁ ମାଡ଼ିଆସିଥିଲେ। ଗଲ୍ଫ କୋର୍ସ ରୋଡରେ ଏହି ହିଟ୍ ଆଣ୍ଡ ରନ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଅଭିଯୁକ୍ତକୁ ପୁଲିସ ଦୌସାରେ ଅଟକ ରଖିଥିବାର ଖବର ଆସୁଛି।
