Horror on the Highway : ବୋଲେରୋ-ଟ୍ରକ୍ ଦୁର୍ଘଟଣାରେ ୭ ଶ୍ରମିକ ମୃତ
ଗୁଜରାଟର ପଶ୍ଚିମ କଚ୍ଛ ଜିଲ୍ଲାର ଖାଭଡ଼ା ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି | ଏଥିରେ ଏକ ବୋଲେରୋ ଓ ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି | ଏହି ଦୁର୍ଘଟଣାରେ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଓ ୨୦ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି | ପୋଲିସର ତଦନ୍ତ ଜାରି ରହିଛି।

ଗୁଜୁରାଟର ପଶ୍ଚିମ କଚ୍ଛ ଜିଲ୍ଲାରେ ଖାଭଡ଼ା ପାଖରେ ଥିବା RE ପାର୍କ ପାଖରେ ଭୟଙ୍କର ସଡକ ଦୂର୍ଘଟଣା ହୋଇଛି | ଗୋଟିଏ ଦ୍ରୁତ ଗତିରେ ବୋଲେରୋ କାର ଓ ଟ୍ରକ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା | ଏହି ଦୁର୍ଘଟଣାରେ ୭ଜଣ ଶ୍ରମିକମାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ,ଯେବେକି ପାଖାପାଖି ୨୦ଜଣ ଶ୍ରମିକମାନଙ୍କର ଗମ୍ଭୀର ଭାବେ ଆହତ ହୋଇଛନ୍ତି | ସୂଚନା ଅନୁସାରେ,ଧକ୍କା ଏତେ ଜୋରଦାର ଥିଲା କି ବୋଲେରୋ କାର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଅନେକ ଶ୍ରମିକମାନେ ଟ୍ରକ ତଳେ ଚାପି ହୋଇଯାଇଥିଲେ | ଦୂର୍ଘଟଣା ତୁରନ୍ତ ପରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା | ଟ୍ରକ ତଳେ ଚାପି ହୋଇ ରହିଥିବା ଶ୍ରମିକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ସାହାର୍ଯ୍ୟର ଚିତ୍କାର କରୁଥିଲେ, ଯାହା ଫଳରେ ସମଗ୍ର ରାଜପଥରେ ସେମାନଙ୍କ ଚିତ୍କାରରେ ପ୍ରକମ୍ପିତ ହୋଇଉଠିଥିଲା | ଘଟଣାର ସୂଚନା ମିଳିବ ପରେ ପଶ୍ଚିମ କଚ୍ଛ ପୋଲିସ ଓ ସ୍ଥାନୀୟ ପ୍ରଶାସନଙ୍କ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା | ପୋଲିସ ଓ ଉଦ୍ଧାର ଟିମ ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟରେ ଗାଡ଼ିରେ ଫସି ରହିଥିବା ଓ ଚାପି ହୋଇଥିବା ଶ୍ରମିକମାନଙ୍କୁ ବାହାରକୁ ଉଦ୍ଧାର କରାଗଲା | ସମସ୍ତ ଆହତ ଶ୍ରମିକମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ପଶ୍ଚିମ କଚ୍ଛ ପୋଲିସ ଘଟଣାର ତଥ୍ୟ ପାଇଁ ତଦନ୍ତ ଆରମ୍ଭ କରିଛି | ପୋଲିସ ଦୁର୍ଘଟଣାର ପ୍ରକୃତ କାରଣ ଓ ପରିସ୍ଥିତି ସମ୍ପର୍କରେ ତଦନ୍ତ ଜାରି ରଖିଛି | ଏହା ସହିତ ମୃତକଙ୍କ ଆଧିକାରିକ ପରିଚୟ ନିଶ୍ଚିତ କରିବା ସହ ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଉଛି | ଏହି ଦୁଃଖଦ ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି |
