liquor shop close demand:ମଦ କୋଠି ବନ୍ଦ ଦାବିରେ ମହିଳାଙ୍କ ଅବକାରୀ ଓ ପୋଲିସକୁ ଦାବିପତ୍ର
ଗାଁ ଗାଁରେ ବେଆଇନ ମଦ କାରବାର ଦିନକୁ ଦିନ ବଢି ବଢି ଚାଲିଛି | ଯୁବକ ଓ ଛୋଟ ପିଲାମାନେ ମଧ୍ୟ ନିଶା ପ୍ରତି ଆକୃଷ୍ଟ ହେବ ସହ ମଦ ଯୋଗୁଁ ଗାଁରେ ପାରିବାରିକ କଳହ,ମାରପିଟ ଓ ସାମାଜିକ ଅଶାନ୍ତି ବଢ଼ୁଥିବା ଗ୍ରାମବାସୀ ଅଭିଯୋଗ କରି ଜୟପାଟଣା ଅବକାରୀ ଓ ପୋଲିସ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ଦେଇଛନ୍ତି।

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଅଁଲାଭଟା ଗାଁରେ ବେଆଇନ ମଦ କାରବାରକୁ ନେଇ ତେଜିଛି ଅସନ୍ତୋଷ। ଗାଁରେ ଚାଲିଥିବା ମଦ କୋଠି ଓ କୁଚିଆ ମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବିରେ ଶତାଧିକ ମହିଳା ଓ ପୁରୁଷ ଜୟପାଟଣା ଅବକାରୀ ଓ ପୋଲିସ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ଦେଇଛନ୍ତି।ମଦ ଯୋଗୁଁ ଗାଁରେ ପାରିବାରିକ କଳହ,ମାରପିଟ ଓ ସାମାଜିକ ଅଶାନ୍ତି ବଢ଼ୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଅଁଲାଭଟା ଗାଁ। ବେଆଇନ ମଦ କାରବାରକୁ ନେଇ ଏଠାରେ ତେଜିଛି ଅସନ୍ତୋଷ। ଗାଁର ବିଭିନ୍ନ ସ୍ଥାନରେ ମଦ କୋଠି ଓ କୁଚିଆ ମଦ ଆଡ଼ା ଚାଲୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ମଦ୍ୟପାନ ଯୋଗୁଁ ଅନେକ ପରିବାରରେ ଅଶାନ୍ତି ସୃଷ୍ଟି ହେଉଥିବା ସହ ପ୍ରତିଦିନ ଝଗଡ଼ା,ଗାଳିଗୁଲଜ ଓ ମାରପିଟ ଭଳି ଘଟଣା ଘଟୁଥିବା ସେମାନେ କହିଛନ୍ତି।ଏପରିକି ଯୁବକ ଓ ଛୋଟ ପିଲାମାନେ ମଧ୍ୟ ନିଶା ପ୍ରତି ଆକୃଷ୍ଟ ହେଉଥିବା ଅଭିଯୋଗ ହୋଇଛି।ଏହାକୁ ନେଇ ଆଜି ଅଁଲାଭଟା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକାଠି ହୋଇ ଜୟପାଟଣା ଅବକାରୀ ଓ ପୋଲିସ କାର୍ଯ୍ୟାଳୟରେ ପହଞ୍ଚିଥିଲେ।ଗାଁରେ ଚାଲିଥିବା ସମସ୍ତ ବେଆଇନ ମଦ କୋଠି ଓ କୁଚିଆ ମଦ କାରବାରକୁ ତୁରନ୍ତ ବନ୍ଦ କରିବା ଦାବିରେ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ଗ୍ରାମବାସୀଙ୍କ ଅଭିଯୋଗ ପରେ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ଏବେ ନଜର।ଗ୍ରାମବାସୀଙ୍କ ଅଭିଯୋଗ ପରେ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ଏବେ ନଜର।
